ସୋସୋ ଭେଟ୍ରାନ କ୍ରିକେଟ ଟୁର୍ଣ୍ଣାମେଂଟରେ ନର୍ଥ ଜୋନ ଚମ୍ପିୟନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକର ସୋସୋ -କାନପୁର ବାଲୁକେଶ୍ୱର ହାଇସ୍କୁଲ ପଡିଆରେ ଚାଲିଥିବା ଭେଟ୍ରାନ କ୍ରିକେଟ ଟୁର୍ଣ୍ଣାମେଂଟରେ ନର୍ଥ ଜୋନ ଇଷ୍ଟ ଜୋନକୁ ପରାସ୍ତ କରି ପ୍ରଥମଥର ପାଇଁ ଚମ୍ପିୟନ ହୋଇଛି । ପ୍ରଥମେ ଇଷ୍ଟ ଜୋନ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୧୧ ରନ କରିଥିଲା । ସୁମନ୍ତ ରାଉତ ୩୬ଟି ବଲରେ ୭୬ ରନ କରିଥିବା ବେଳେ ଜ୍ଞାନ ମୋହନ ରାଉତ ୩୨ ବଲରେ ୩୩ ରନ କରିଥିଲେ , ବିଶ୍ୱଭୂଷଣ ରାଉତ ୨୩ ବଲରେ ୪୯ ରନ ଓ ଘନଶ୍ୟାମ ହାତୀ ୧୬ ବଲରେ ୩୦ ରନ କରିଥିଲେ । ତାର ଜବାବରେ ନର୍ଥ ଜୋନ ଟିମର ବିଶ୍ୱରଂଜନ ବେହେରା ୬୨ ବଲରେ ଧୂଆଁଧାର ୧୧୩ ରନ ବଳରେ ନର୍ଥଜୋନ ସହଜରେ ବିଜୟ ହାସଲ କରିଥିଲା । ଅଜୟ ରାଉତ ୨୬ ବଲରେ ୪୫ ରନ କରିଥିବା ବେଳେ ସୁଦୀପ୍ତ ସାହୁ ୩୦ ବଲରେ ୩୫ ରନର ଉପଯୋଗୀ ପାରି ଖେଳିଥିଲେ । ଶାନ୍ତନୁ ରାଉତ ଓ ବିଜୟ କୁମାର ଜେନା ଖେଳ ପରିଚାଳନା କରିଥିଲେ । ବିଶ୍ୱରଂଜନ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ବିଚେିତ କରାଯାଇଥିଲା । ପ୍ରଥମଥର ପାଇଁ ଭେଟେରାନ ଖେଳାଳୀ ମାନଙ୍କୁ ନେଇ ଏପରି ଏକ ଟୁର୍ଣ୍ଣାମେଣ୍ଟ ଚିତାକର୍ଷକ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଟ୍ରକ ଆସୋସିଏସନ ସଂଘର ସଭାପତି ରମାକାନ୍ତ ନାୟକ, ସାରଙ୍ଗଧର ରାଇସ ମିଲର ଏମଡି ଆଶୋକ ରାଉତ, କୋଇଡ଼ା ମାଇନ୍ସର ଇଂଜିନିୟର କ୍ଷିରୋଦ ସାହୁ, ପଦ୍ମଲୋଚନ ସାହୁ, ରବିନ୍ଦ୍ର ପୁହାଣ ଅତିଥି ଭାବେ ଯୋଗ ଦେଇ ଚମ୍ପିୟନ ଓ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ । ଭେଟରାନ ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ଶରୀରକୁ ଫିଟ ରଖିବା ପାଇଁ କ୍ରୀଡ଼ା ଓ ଶାରୀରିକ ଦକ୍ଷତା ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଆରଭିସିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସତ୍ୟନାରାୟଣ ରାଉତ, ନାରାୟଣ ବିଶ୍ୱାଳ, ବୃନ୍ଦାବନ ରାଉତ, ରବି ବିଶ୍ୱାଳ, ବିଶୁ ରାଉତ, ଯଜାତିକେଶରୀ ସମେତ ବିଦ୍ୟାଧରପୁର, ସୋସୋ, କାନପୁର, ମରଚାଇପଦା, ବାଙ୍ଗୋର, ପଢ଼ିଆରୀପଲ୍ଲୀର ଯୁବକ, ବୁଦ୍ଧିଜୀବୀ ଓ ବହୁ ଭେଟରାନ ବ୍ୟକ୍ତିମାନେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଆହୁରି ପରିବ୍ୟାପ୍ତ କରିାଯିବ ବୋଲି ସଭାପତି ମନମୋହନ ରାଉତ, ସମ୍ପାଦକ ସୋମନାଥ ଦାସ, ଉପସଭାପତି ବସନ୍ତ କୁମାର ପଢ଼ିଆରୀ, କୋଷାଧ୍ୟକ୍ଷ ରବିନାରାୟଣ ରାଉତ, ସହସମ୍ପାଦକ ଆନନ୍ଦ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି ।


