କମ୍ପାନୀ କର୍ମଚାରୀଙ୍କୁ ଦାଦାବଟି ପାଇଁ ଧମକ

ପାରାଦ୍ୱପ, (ପିତବାସ ପ୍ରଧାନ):ପାରାଦ୍ୱୀପ ର ଏକ କମ୍ପାନୀ କର୍ମଚାରୀଙ୍କୁ ଦାଦାବଟି ମାଗିବା ଘଟଣା ପାରାଦ୍ୱୀପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଘଟଣାରୁ ପ୍ରକାଶ ଯେ ପାରାଦ୍ୱୀପ ବନ୍ଦରରେ ଥିବା ଚେନାଇରାଧା କମ୍ପାନୀରେ କାମ କରୁଥିବା ହୃଷିକେଷ ମଣ୍ଡଳ ପାରାଦ୍ୱୀପ ମଧୁବନରେ ପରିବାର ସହ ରୁହନ୍ତି । ଦୁଇଜଣ ଯୁବକ ତାଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଦାଦାବଟି ମାଗିଥିବା ଶ୍ରୀ ମଣ୍ଡଳ ପାରାଦ୍ୱୀପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ଗତ ୨୬ ତାରିଖ ଦିନ ସକାଳେ ମଧୁବନ ଘରକୁ ଯାଇ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ଉପସ୍ଥିତିରେ ଧମକ ଚମକ ଦେଇ ଆସିଥିବା ସେ ଏତଲାରେ ଦର୍ଶାଇଛନ୍ତି । ଏବଂ ଫୋନ ଯୋଗେ ବାରମ୍ବାର ଧମକ ଦେଉଥିବା ପାରାଦ୍ୱୀପ ଥାନାରେ ଜଣାଇଛନ୍ତି । ଫୋନ ନମ୍ବର ଗୁଡିକ ମଧ୍ୟ ସେ ଏତଲାରେ ଦର୍ଶାଇଛନ୍ତି । ପାରାଦ୍ୱୀପ ଆଦର୍ଶ ଥାନାରେ ଏଫଆଇଆର୍ ନମ୍ବର ୧୧୨ରେ ଗତ ୨୬ ତାରିଖରେ ଦାଖଲ ହୋଇଥିବା ଜଣାପଡିଛି । ଦୀର୍ଘଦିନ ପରେ ପାରାଦ୍ୱୀପ ଅଞ୍ଚଳରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ ଘଟଣା ସାଧାରଣ ଲୋକଙ୍କୁ ଚକିତ କରିଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ