ବୁଗୁଡା ୪ ଦିନରେ ୧୧୯ ପଜିଟିଭ, ସ୍ଥିତି ଖରାପ ଦିଗକୁ ଯାଉଛି

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟି ପ୍ରକାରେ ବୁଗୁଡା ଅଞ୍ଚଳରେ ଜୁଲାଇ ୨୩ ରୁ ୨୬ ତାରିଖ ୪ ଦିନ ମଧ୍ୟରେ ୧୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ବୁଗୁଡା ସହରର ୮୬ ଜଣ ଓ ବିଭିନ୍ନ ପାଞ୍ଚାୟତର ୩୩ ଜଣ ଅଟେ। ଏହି ୧୧୯ ମଧ୍ୟରୁ ୧୨ ଜଣ କରୋନା ଯୋଦ୍ଧା ଅଟନ୍ତି। ଏହି ୪ ଦିନରେ ହାରାହାରି ଦୈନିକ ୩୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି। ଏହିପରି ସ୍ଥଳେ ସତର୍କତା ହିଁ ଏକମାତ୍ର ପନ୍ଥା। ବାରମ୍ବାର ହାତ ସଫା କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ କରୋନା ଲକ୍ଷଣ ଜାଣିବା ସଙ୍ଗେ ସଙ୍ଗେ କୋଭିଡ ସହାୟତା ନମ୍ବର ୧୦୪ କୁ ଫୋନକରି ଜଣାଇବା ବା ଡାକ୍ତରଙ୍କ ପରାମର୍ଶ ନେବା ପ୍ରତି ଯଦି ସତର୍କତା ଅବଲମ୍ବନ କରିବା ତବେ ଯାଇ କରୋନା ସଂକ୍ରମଣକୁ ରୋକି ପାରିବା। ସମସ୍ତେ ଜାଣିରଖିବା ଦରକାର ଯେ ଲକ୍ଷଣ ଦେଖାଯିବା ସାଙ୍ଗେ ସାଙ୍ଗେ ଯଦି ଆମେ ସ୍ୱାବ୍ ଟେଷ୍ଟ କରି ପଜିଟିଭ ବାହାରିଲେ କୋଭିଡ ହସପିଟାଲରେ ଚିକିତ୍ସିତ ହେବା ତେବେ ଆମେ ନିଶ୍ଚିତ ଭାବେ ଭଲହୋଇ ଘରକୁ ଫେରିବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ