କରାଖଣ୍ଡି ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କୁରୁଳା ୱାରିଅର୍ ବିଜୟୀ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ପଞ୍ଚାୟତ ଅନ୍ତର୍ଗତ କରାଖଣ୍ଡି ଠାରେ ଆଜି ମା କାଳୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି । ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ ସଦାନନ୍ଦ ପ୍ରଧାନ ସମିତିସଭ୍ୟା ପ୍ରତିନିଧି ସଞ୍ଜୟ ନାୟକ ଶିବରାମ ପ୍ରଧାନ ବୃନ୍ଦାବନ ପ୍ରଧାନ ନବ ପରିଡ଼ା ପ୍ରମୁଖ ଯୋଗ ଦେଇ ଶିକ୍ଷା ସହ କ୍ରୀଡ଼ା କ୍ଷେତ୍ର ର ବିକାଶ ଓ ଶୃଙ୍ଖଳା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଥମ ମ୍ୟାଚ ରେ ଲେଙ୍କାଖାଲି ଇଗଲ୍ସ କୁ ୩୫ ରନ୍ ରେ ପରାସ୍ତ କରି କୁରୁଳା ୱାରିଅର ବିଜୟୀ ହୋଇଛି । କୁରୁଳା ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୭ ୱିକେଟ ହରାଇ ୭୩ ରନ୍ କରିଥିଲା । ଲେଙ୍କାଖାଲି ଦଳ ୬ ଓଭର ରେ ୯ ୱିକେଟ ହରାଇ ମାତ୍ର ୩୮ରନ କରିଥିଲା । ଅଜିତ ମିଥୁନ ଅନନ୍ତ ବଂଶୀ ଅନିଲ ଅଶୋକ ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ