କରୋନା ଆତଙ୍କ ପରେ ଅଜଣା ରୋଗର ଶିକାର ହେଉଛନ୍ତି ଲୋକେ

ଇଥୋଓପିଆ :ଦୁନିଆରେ କରୋନା ଭାଇରସ୍‌ ଏକ ଆତଙ୍କ ସୃଷ୍ଟି କରିଥିବାବେଳେ ଆଫ୍ରିକାର ଇଥୋଓପିଆ ଅଞ୍ଚଳରେ ଏକ ଅଜଣା ରୋଗର ଆତଙ୍କ ସୃଷ୍ଟି କରିଛି । ଏହି ରୋଗରେ ପୀଡ଼ିତଙ୍କ ନାକ ଓ ମୁହଁରୁ ରକ୍ତ ବାହାରିବା ସହିତ ଆଖି ହଳଦିଆ ପଡିଯାଉଛି ଏବଂ ଏହା ପରେ ରୋଗୀର ମୃତ୍ୟୁ ଘଟୁଛି ।
ମିଳିଥିବା ସୂଚନା ଅନସାରେ ଇଥୋଓପିଆର ସୋମାଲୀରେ ଏହି ରହସ୍ୟମୟ ରୋଗରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍‌ର ତେଲ ଡ୍ରିଲିଙ୍ଗ୍‌ରୁ ବାହାରୁଥିବା ବିଷାକ୍ତ ଆବର୍ଜନା ଯୋଗୁଁ ଏହି ବେମାରୀ ହେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ବେମାରୀ ସର୍ବପ୍ରଥମେ ସୋମାଲିର ଏକ ଗ୍ୟାସ୍‌ ପରିଯୋଜନା ନିକଟରେ ଅବସ୍ଥିତ ଗ୍ରାମରେ ଦେଖାଯାଇଥିଲା । ଏହି ରୋଗରେ ପ୍ରାଥମିକ ଅବସ୍ଥାରେ ଆଖି ହଳଦିଆ ପଡିବା ସହିତ ଶରୀରରେ ବହୁତ କଷ୍ଟ ହୋଇଥାଏ। ଏହା ପରେ ଅଚାନକ ଭାବରେ ଆଖି ଓ ମୁହଁରୁ ରକ୍ତ ବାହାରିଥାଏ । ପରେ ରୋଗୀର ମୃତ୍ୟୁ ହୋଇଯାଇଥାଏ। ଏହା ସହିତ ଏହି ରୋଗ ଯୋଗୁଁ ଆଙ୍ଗୁଠି ମଧ୍ୟ ହଳଦିଆ ହୋଇଯାଉଥିବାର ଜଣାପଡିଛି। ଭୋକ ନ ଲାଗିବା, ନିଦ ନ ହେବା ମଧ୍ୟ ଏହି ରୋଗର ଅନ୍ୟତମ ଲକ୍ଷଣ। ତେବେ ଏହି ରୋଗର କାରଣ କ’ଣ ଓ ଏହା କି’ପ୍ରକାରର ରୋଗ ଅଟେ, ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ରସାୟନିକ ଆବର୍ଜନା ଯୋଗୁଁ ଏହି ରୋଗ ବ୍ୟାପୁଥିବାର ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ, ଚୀନରେ ଦେଖାଦେଇଥିବା କରୋନା ପ୍ରଭାବରେ ତିନି ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୮୮ ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । କେବଳ ଚୀନ୍‌ ନୁହେଁ, ଏହି ରୋଗ ୟୁରୋପୀୟ ରାଷ୍ଟ୍ରସଂଘର ୧୮ଟି ରାଷ୍ଟ୍ରରେ ଏହି ଭାଇରସ୍‌ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ