କରୋନାକୁ ଦୂରେଇ ଦେବା ଲକ୍ଷ୍ୟରେ ୫୦୮ ଦୀପ ପ୍ରଜ୍ଜେ୍ୱାଳନ
ବନ୍ତ (ଚାନ୍ଦିନୀ ମହାନ୍ତି) : ସାଂପ୍ରତିକ ପରିସ୍ଥିତିରେ ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢେଇ କରୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ କରୋନା ମହାମାରୀକୁ ଦୂରେଇ ଦେବା ଏବଂ ଦେଶବାସୀଙ୍କୁ ଏକତାସୂତ୍ରରେ ବାନ୍ଧି ରଖିବା ଲକ୍ଷ୍ୟରେ ରବିବାର ରାତି ୯ଟା ବେଳେ ୯ ମିନିଟ୍ ପାଇଁ ଘରେ ଘରେ ଦୀପ ଜାଳିବାକୁ ନିବେଦନ କରିଥିଲେ । ଏହାକୁ ସାରା ଦେଶବାସୀ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତର ଯୁବକ ମାନେ ୫୦୮ ଦୀପ ପ୍ରଜ୍ଜେ୍ୱାଳନ କରି କରୋନାକୁ ଦେଶରୁ ଦୂରେଇ ଦେବା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିବାର ଦେଖାଯାଇଥିଲା । ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ଦାଶ, ପିତାମ୍ବର ପୁହାଣ, ରାଜୀବ ଲୋଚନ ଦାସ, ଅଭିମନ୍ୟୁ ମହୁରୀ, ତ୍ରିଲୋଚନ ଦାଶ, ସୁରେଶ ମଲ୍ଲିକ, ଜଗବନ୍ଧୁ ବାରିକ, ଭାଗିରଥି ଦାଶ ପ୍ରମୁଖ ସହଯୋଗ କରିଥିଲେ ।


