କରୋନା କଟକଣା ଭିତରେ ବେଲଗୁଣ୍ଠା ବ୍ଲକ୍ ର ବିଭିନ୍ନ ଅନୁଷ୍ଠାନରେ ଉଡ଼ିଲା ତ୍ରିରଙ୍ଗା

ବେଲଗୁଣ୍ଠI, (ସନ୍ତୋଷ ବିଶୋଇ):କରୋନା କଟକଣା ମଧ୍ୟରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ସାମାଜିକ ଅନୁଷ୍ଠାନରେ 73ତମ ସାଧାରଣତନ୍ତ୍ର ଦିବସ ଭାବେ ପାଳିତ ହୋଇଯାଇଛି I ଏହି ଅବସରରେ ବ୍ଳକ୍ କାର୍ଯ୍ୟାଳୟରେ ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ତହସିଲ୍ କାର୍ଯ୍ୟାଳୟ ଠାରେ ଭାରପ୍ରାପ୍ତ ତହସିଲଦାର ଧରଣୀଧର ବେହେରା,ବେଲଗୁଣ୍ଠା ଥାନାରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଠାରେ ସିଡିପିଓ ଗାୟତ୍ରୀ ମିଶ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସନ୍ତୋଷ କୁମାର ପଣ୍ଡା ,ଆସ୍କା ସେଣ୍ଟ୍ରାଲ କୋପର୍ଟିଭ ବ୍ୟାଙ୍କ ରେ ଶାଖା ପରିଚାଳକ ସାର୍ଥକ ପାଢୀ, ପଶୁ ଚିକିତ୍ସାଳୟରେ ଡାକ୍ତର କାର୍ତ୍ତିକ, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା , ଆମ୍ବପୁଆ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ପ୍ରମୋଦ ପ୍ରଧାନ, ତନରଡା ପଂଚାୟତରେ ସରପଞ୍ଚ ଅନୀଲ କୁମାର ପାଠୀ, ଇଙ୍ଗିନାଠି ପଂଚାୟତରେ ସରପଞ୍ଚ ସ୍ମରଣିକା ଗୋଛାୟତ, ନାଟଙ୍ଗା ପଂଚାୟତରେ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା,ବାଲିଭାଗରେ ସମିତି ସଭ୍ୟ ଦେବେନ୍ଦ୍ର ଗୌଡ଼, ମାଧବରୀଡ଼ାରେ ସମିତି ସଭ୍ୟ ଦୁର୍ଗା ମାଧବ ନାୟକ, ବଡ଼ବୋସିଂରେ ସରପଞ୍ଚ ଏସ୍ ଜ୍ୟୋତି ପାତ୍ର, ଶାସନ୍ ପଂଚାୟତରେ ସରପଞ୍ଚ ଗୀତାଞ୍ଜଳୀ ପ୍ରଧାନ, କ୍ଷତ୍ରିୟବରପୁରରେ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ପାଇଲିପଡ଼ାରେ ଯୁବ ସମାଜସେବୀ କେ ରବୀନ୍ଦ୍ର କୁମାର ପାତ୍ର, ଧୂମୂଛାଇରେ ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, କ୍ଷତ୍ରିୟବରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ,ଡିଗ୍ରୀ କଲେଜ୍ ରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ଗୋବରା ପିକେ ମହାବିଦ୍ୟାଳୟରେ ଅଧ୍ୟକ୍ଷା ମାମା ପରିଡ଼ା, କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ,ଧାନପୁଞ୍ଜା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ,ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡଙ୍ଗୀ, ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡ଼ାକ୍ତର ସରୋଜ ପ୍ରଧାନ୍, ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ପାଣ୍ଡବ ସ୍ୱାଇଁ, ଗାଙ୍ଗପୁର ଥାନାରେ ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ,ବନ ବିଭାଗ କାର୍ଯ୍ୟାଳୟରେ ବନପାଳ ଜି ଭେଙ୍କଟ ରାଓ ଦୋରା, ମାଧବରିଡ଼ା ଜଳ ସେଚନ କାର୍ଯ୍ୟାଳୟରେ ଯନ୍ତ୍ରୀ ସରୋଜ ପ୍ରହରାଜ,ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟରେ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ