କନ୍ଧମାଳରେ ପିଲା ବିକ୍ରି ଅଭିଯୋଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁଡୁପଡାରେ ପିଲା ବିକ୍ରି ଅଭିଯୋଗ ହେଇଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଗଦୀଶ ଦିଗାଲ ପ୍ରମୋଦିନୀ ଦିଗାଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରମୋଦିନୀଙ୍କ ଟିକେ ମସ୍ତିଷ୍କ ବିକୃତ ଥିଲା। ତାଙ୍କର ଗୋଟେ ୯ ବର୍ଷର ପୁଅ ଥିବାବେଳେ ଆଠ ଦିନ ତଳେ ସେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ୨ ତାରିଖ ରାତିରେ ପ୍ରମୋଦିନୀ ଛୁଆକୁ ଛାଡି କେଉଁ ଆଡେ ଚାଲି ଯାଇଥିଲେ । ସକାଳେ ପରିବାର ଲୋକେ ପିଲା କାନ୍ଦ ଶୁଣି ପ୍ରମୋଦିନୀ ନଥିବା ଦେଖିଥିଲେ । ତାଙ୍କୁ ଖୋଜାଖୋଜି କରି ପାଇନଥିଲେ। ଏହି କଥା ଜାଣିବା ପରେ ଜଗଦୀଶଙ୍କ ସମ୍ପର୍କୀୟ ଭୀମ ଦିଗାଲ ଛୁଆକୁ ନିସନ୍ତାନ ଥିବା ଫୁଲବାଣୀ ଚିତ୍ରକୁଟ ସାହିର ଆନନ୍ଦ କହଁରଙ୍କୁ ଦେଇଦେବାକୁ କହିଥିଲେ । ଜଗଦୀଶ ଦିନ ଗୋଟାଏ ବେଳେ ଛୁଆକୁ ନେଇ ଆନନ୍ଦଙ୍କୁ ଦେଇଥିଲେ । ଦୁଇ ହଜାର ଟଙ୍କାରେ ସେହି ଛୁଆକୁ ଜଗଦୀଶ ବିକ୍ରି କରିଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସୂଚନା ପାଇବା ପରେ ଚାଇଲ୍ଡଲାଇନର ସଦସ୍ୟ ଏବଂ ଡିସିପିଓ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଉପସ୍ଥିତିରେ ଚାଇଲ୍ଡଲାଇନସଦସ୍ୟ ଛୁଆକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଚାଇଲ୍ଡଲାଇନର ଇନଚାର୍ଜ ପ୍ରଭାସ ନାୟକ ସୂଚନା ଦେଇଛନ୍ତି। ଖଜୁରିପଡା ଥାନାରେ ଏନେଇ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଥାନାଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ