ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ପଦାକଣା ଗ୍ରାମର ଜନୈକ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ପୋଲିସ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ପ୍ରକାଶ ଯେ, ଗତ ୩ ବର୍ଷ ପୂର୍ବେ ପଦାକଣା ଗ୍ରାମର ତ୍ରିଲୋଚନ ପରିଡାଙ୍କ ପୁଅ ବଳରାମ ପରିଡାଙ୍କୁ ମାମନ ପରିଡା ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ବେଳେ ଶ୍ୱଶୁର ଘର ଦାବୀ ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା । ମାମନ ଶ୍ୱଶୁର ଘରେ କିଛି ଦିନ ଭଲରେ କଟାଇଥିଲେ । ତାଙ୍କର ଗୋଟିଏ ୨ ବର୍ଷର ଝିଅ ଅଛି । ପରେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଛନ୍ତି । ଗତ ଶୁକ୍ରବାର ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅର ମିଳିତ ହୋଇ ତାଙ୍କୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଏଥିସହ ଅଧିକ ଟଙ୍କା ନଆଣିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ କେସ ନଂ-୯୬/୨୦ ମୂଳେ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


