କରୋନା ପାଇଁ ପୁଲିସର ସଚେନତା ବାଇକ ରାଲି
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଦୀର୍ଘ ଚାରି ମାସ ଧରି ଏକ ଅଦୃଶ୍ୟ ଶକ୍ତି କରୋନା ସହ ସମଗ୍ର ମାନବ ଜାତି ଲଢେଇ କରୁଛି। ଏହାକୁ ରୋକିବା ଏକ ମାତ୍ର ଅସ୍ତ୍ର ନିଜେ ସଚେତନ ସହ ଅନ୍ୟକୁ ସଚେତନା କରିବା। ଏହି ଅବସରରେ ଶୁକ୍ରବାର ଅପରାହ୍ନରେ ଛତ୍ରପୁର ଥାନା ପକ୍ଷରୁ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଙ୍କ ତତ୍ୱାବଧାନରେ ଏକ ବାଇକ ସଚେତନତା ରାଲି କରାଯାଇଥିଲା । ଥାନାର ସମସ୍ତ କର୍ମଚାରୀ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି କରୋନା ସଂକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ସ୍ଲୋଗାନ ଦେବା ସହ ବାଇକ ରେ ପ୍ଲାକାର୍ଡ଼ ଲଗାଇ ସ୍ଥାନୀୟ ଏନଏ ସି ର ବିଭିନ୍ନ ୱାର୍ଡ଼ ପରିକ୍ରମା କରିବା ସହ ଜନସଚେତନ କରିଥିଲେ। ସଟଡ଼ାଉନ ସମୟ ରେ ପ୍ରଶାସନର ସମସ୍ତ ନିୟମକୁ ମାନି ଚଳିବା ସମଦୂରତା ରକ୍ଷା କରିବା ସହ ଜରୁରୀ ନଥିଲେ ଘରୁ ନ ବାହାରକୁ ବାହାରିବା, ମାସ୍କ ପରିଧାନ କରିବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ସକାଶେ ସହରବାସୀଙ୍କୁ ଅନୁରୋଧ କରିଥିଲେ।


