ନନ୍ଦିପଦା ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ

ହାଟଡିହି, (ଓ୍ବାଇଏନ୍ଏସ୍) : ନନ୍ଦିପଦା ଥାନା ଅଧିନସ୍ଥ ଓରାଳି ପଞ୍ଚାୟତ ନନ୍ଦିପଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗ ୭୦ହଜାର ଟଙ୍କା ଚୋରୀ ଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ ଦୁଇଦିନ ତଳେ ଗ୍ରାମର ଭକ୍ତ ଚରଣ ରାଉତଙ୍କ ଝିଅ ବାହାଘର ହୋଇଥିଲା । ଗତକାଲି ରାତିରେ ପରିବାର ଲୋକେ ଘରେ ଶୋଇଥିବାବେଳେ କେହି ଦୁର୍ବୁତ ଘରେପସି ଗଡରେଜ ଲକରକୁ ଭାଙ୍ଗି ଲକରେଥିବା ଏକ ରାଣି ହାର, ଦୁଇଟି ଚେନ, ୪ପଟ ଶାଙ୍ଖି, ମୁଦି ସମେତ ଅନେକ ସୁନାରୁପା ଅଳଙ୍କାର ସହିତ ନଗଦ ୭୦ହଜାର ଟଙ୍କା ନେଇଯାଇଛି । ଆଜି ସକାଳୁ ପରିବାର ଲୋକେ ଉଠି ଗଡରେଜ ଖୋଲାଯାଇଥିବା ଦେଖିବାପରେ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଆଜି ସନ୍ଧ୍ୟାରେ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ