ପଲେଇ ଗ୍ରାମପଂଚାୟତରେ ରାସ୍ତା କାମକରି ଦଳିତ ଜବକାର୍ଡଧାରୀ ମଜୁରୀ ପାଉନଥିବା ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଡେରାବିଶି ବ୍ଲକ ଅନ୍ତର୍ଗତ ପଲେଇ ଗ୍ରାମପଂଚାୟତର ସମିତି ସଭ୍ୟ ମାନସ କୁମାର ଜେନା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତର ଅଢଙ୍ଗା ମଲିକେଶ୍ୱରପୁର ଗ୍ରାମର ରଥସାହି ଠାରୁ ଡେରାବିଶି ରାସ୍ତାକୁ ସଂଯୋଗୀକରଣ ରାସ୍ତାର ଏଷ୍ଟିମେଟ କରାଯିବା ପରେ ଗାଁସାଥି ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ଏବଂ ଜି.ଆର.ଏସ. ଜବକାର୍ଡଧାରୀମାନଙ୍କୁ କାମ କରିବା ପାଇଁ ନିର୍ଦେଶ ଦେବାରେ ସେମାନେ କାମ କରିଥିଲେ । ସଂପୃକ୍ତ ରାସ୍ତାଟି ରଥସାହି,ଧୋବାସାହି ଓ ନାଥସାହିକୁ ସଂଯୋଗ କରୁଥିବା ବେଳେ ବହୁ ଦଳିତ ପରିବାର ଏହି ରାସ୍ତାକୁ ସେମାନଙ୍କ ଘରକୁ ଯିବା ପାଇଁ ବ୍ୟବହାର କରିଥାନ୍ତି । ଗତ ଜୁନମାସ ୮ ତାରିଖରେ ୩୦ଜଣ ଦଳିତ ଜବକାର୍ଡଧାରୀଙ୍କ ସମେତ ମୋଟ ୪୫ଜଣ କାମ କରିଥିଲେ । କିନ୍ତୁ ସେହି ପ୍ରକଳ୍ପ କାର୍ଯ୍ୟର ମାପଚୁପ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆସୁନଥିବାରୁ ଜବକାର୍ଡଧାରୀମାନେ ସେମାନଙ୍କ ମଜୁରୀ ପାଇପାରୁନଥିବାରୁ ଗୁରୁତ୍ତର ସୃଷ୍ଟି ହୋଇଛି । ପଲେଇ ପଂଚାୟତର ନିର୍ବାହୀ ଅଧିକାରୀ,ଜି.ଆର.ଏସ. ଓ କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଏହି ରାସ୍ତାର ମାପ ଓ ବିଲ କରାଇନଦେଇ ଦଳିତବର୍ଗର ଗରୀବ ଜବକାର୍ଡଧାରୀମାନଙ୍କୁ ସେମାନଙ୍କ ମଜୁରୀ ପ୍ରଦାନରେ ବାଧା ସୃଷ୍ଟି କରୁଥିବା ସମିତି ସଭ୍ୟ ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଡେରାବିଶି ବିଡିଓ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ବାରମ୍ବାର ଅଭିଯୋଗ ପରେବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଶ୍ରୀ ଜେନା ଆହୁରି ଅଭିଯୋଗ କରିଛନ୍ତି ଯେ ସେ ଜଣେ ଦଳିତବର୍ଗର ପ୍ରତିନିଧି ହୋଇଥିବାରୁ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ଏବଂ ଦଳିତବର୍ଗର ଶ୍ରମିକମାନଙ୍କୁ ଦୀର୍ଘଦିନ ଧରି ମଜୁରୀ ଦିଆନଯାଇ ହଇରାଣ କରାଯାଉଛି । ଏଣୁ ଶ୍ରମିକମାନଙ୍କୁ ତୁରନ୍ତ ମଜୁରୀ ପ୍ରଦାନ କରାଯିବା ସହ ସେମାନଙ୍କୁ ଏଥି ପାଇଁ କ୍ଷତିପୁରଣ ପ୍ରଦାନ କରିବାକୁ ଶ୍ରୀ ଜେନା ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ