କରୋନା ପ୍ରଭାବ ଛତିଶଗଡ଼ ସୀମା ସିଲ
କଳାହାଣ୍ଡି : ସାରା ଭାରତରେ କରୋନା ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୱରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣାକୁ କଳାହାଣ୍ଡିର ବ୍ୟବସାୟୀ ବିଭିନ୍ନ ସଂଘଟନ ପକ୍ଷରୁ ସ୍ଵାଗତ କରିଥିବା ବେଳେ ଚତୁର୍ଥ ଦିନରେ ଓଡ଼ିଶା ଛତିଶଗଡ଼ ସୀମାରେ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି ପଞ୍ଚମ ଦିନରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଘରୁ ନ ବାହାରିବା ପାଇଁ କଡ଼ା କଡ଼ି କରାଯାଇଛି ସହର ଠୁ ଗାଁ ଖାଁ ଖାଁ ଲାଗୁଛ ସାମାଜିକ ଦୁରତ୍ଵ ଉପରେ ଗୁରୁତ୍ୱ ଦିଆଯାଇଛି । ପନିପରିବା ଅଣ୍ଡା ବଜାରରେ ମହଜୁଦ ଥିବାରୁ କେବଳ ଖାଉଟି କିଣିବାକୁ ବାଧ୍ୟ ହୋଇ ପ୍ରଧାନ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରୁଛନ୍ତି । ଅପର ପକ୍ଷରେ ପୋଲିସ ପକ୍ଷରୁ ଛତିଶଗଡ଼ ଓଡ଼ିଶା ସୀମା ରେ ଛତିଶଗଡ଼ ପୋଲିସ ପହଁରା ଦେଇ ଜରୁରୀ ମାଲଗାଡ଼ି ମେଡିକାଲ ରେଫର ଗାଡ଼ି ବ୍ୟତୀତ ଅନ୍ୟ ଗାଡ଼ି ବାଇକ୍ ମୋଟର କୁ ଛାଡୁନ ଥିବା ବେଳେ ପେଟ୍ରୋଲିଂକୁ ଜୋରଦାର କରାଯାଇଥିବାଛତିଶଗଡ଼ ର ଜୈନିକ ପୋଲିସ ପ୍ରକାଶ କରିଛନ୍ତି । ଆଉ କଳାହାଣ୍ଡି ପୋଲିସ ଚେିକିଂରେ ସାମାନ୍ୟ୍ କୋହଳ କରୁଥିବା ଅନୁମାନ କରାଯାଇଛି ଲୋକ ବାଇକ୍ ରେ କିମ୍ବା ଅଧିକ ବସିଥିବା ଦେଖିବାକୁ ମିଳିଲେ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟୁଛି ଓ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି


