କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ସହିଦଙ୍କୁ ସଲାମ କାର୍ଯ୍ୟକ୍ରମ

କଳାହାଣ୍ଡି, (ୱାଇଏନ୍ଏସ୍): ସ୍ଥାନୀୟ ଗାନ୍ଧିପାର୍କ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହିଦ ଙ୍କୁ ସଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ ଅମର ଯବାନ ଙ୍କ ଉଦ୍ଦେଶ୍ୟରେ ମହମବତୀ ପ୍ରଜ୍ୱଳନ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ ।ଶ୍ରୀ ଦାସ ଏହି ଅବସରରେ ଦେଶବାସୀ ନିକଟରେ ସହିଦ କୋଡିଏ ଜଣ ଅମର ଯବାନଙ୍କ ସହିଦ ଘଟଣାରେ ପ୍ରଧାନମାନ୍ତ୍ରୀ ଦେଶବାସୀଙ୍କୁ ବିଭ୍ରାନ୍ତ ନ କରି ସତ୍ୟ ତଥ୍ୟ ଉପସ୍ଥାପନ କରିବା ପାଇଁ ଦାବି କରିବା ସହ ଦେଶ ରକ୍ଷା ବିଶେଷଜ୍ଞଙ୍କ ମତ ଓ ଗଣମାଧ୍ୟମର ରିପୋର୍ଟ ସମ୍ପର୍କରେ ଉଲ୍ଲେଖ କରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଉତ୍ତର ଦେବାକୁ ଦାବି କରିଥିଲେ ।ଏହି ଅବସରରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଶାନ୍ତନୁ ବେହେରା, ମହମ୍ମଦ ଅଲ୍ଲୀ, ଉଛବ ସାହୁ, ବ୍ରଜ ସାହୁ, ପରମାନନ୍ଦ ମାଝୀ, ସୁରେଶ ପଟନାୟକ, ଭାଗବତ ୟାଦବ, ଶ୍ରୀମତୀ ମାଣିକ୍ୟ ସୁନା, ସିଦ୍ଧାର୍ଥ ନାୟକ, ରାଜଗୁରୁ ପାଣିଗ୍ରାହୀ, ଶରତ ନାଏକ ମହମ୍ମଦ ସାହେବ, ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟନାୟକ, ଋଷିରାଜ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ରହି ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ