କଳାହାଣ୍ଡି ମିଳିତ ଅମଲା ସଂଘର ଅନଶନ ଓ ପ୍ରତିବାଦ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଅଧକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡ ଙ୍କନେତୃତ୍ୱ ରେ କଳାହାଣ୍ଡି ମିଳିତ ଅମଲା ମଞ୍ଚର ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି, କଳାହାଣ୍ଡି ଜିଲ୍ଲା ସମସ୍ତ ବ୍ଲକର କୋଣ ଅନୁକୋଣରୁ ବିଭିନ୍ନ କାର୍ଯ୍ୟାଳର ଅମଲା ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସେମାନଙ୍କ ଦୀର୍ଘଦିନର ଦାବି ଯଥା ମିଶନ ଗ୍ରେଡ ପେ ୪୨୦୦ ଦାବିକରି କଳାହାଣ୍ଡି ଜିଲ୍ଲାପାଳ ପି ଅନେଶ୍ୱା ରେଡ୍ଡୀ ଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ , ଏହି ଶୋଭାଯାତ୍ରାରେ ୫୦୦ରୁ ଉର୍ଦ୍ଧ ଅମଲା କର୍ମଚାରୀ ଯୋଗ ଦେଇ ନିଜ ଅଧିକାର ସମ୍ପର୍କ ରେ ଦୃଢୋକ୍ତି ପ୍ରକାଶ କରିଥିଲେ, ଏହିକାର୍ଯ୍ୟକ୍ରମ ରେ ମିଳିତ ଅମଲା ସଂଘର ଆବାହକ ଆଶୁତୋଷ ମିଶ୍ର, ସଭାପତି ସୁକାନ୍ତ କୁମାର ମହାପାତ୍ର, ଟ୍ରେଜେରି ସଙ୍ଗର ସଭାପତି ସମରେନ୍ଦ୍ର ପଣ୍ଡା, ରାଜକିଶୋର ସାହୁ, ଟଙ୍କଧର ସାହୁ, ବ୍ରଜକିଶୋର ମୁଣ୍ଡ, ଦେବରାଜ ଛତ୍ରିଆ,ନୀଳକଣ୍ଠ ମୁଣ୍ଡ, ହୃଦାନନ୍ଦ ବାଗ ସମେତ ସବୁ ଅମଲା କର୍ମଚାରୀ ସାହାଯ୍ୟ ଓ ସହଯୋଗ କରିଥିଲେ!


