କେଥଲିକ ଚର୍ଚ୍ଚର ଫାଟକ ସମ୍ମୁଖରେ ଫାଦରଙ୍କ ବିରୋଧରେ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ ଥିବା କେଥଲିକ ଚର୍ଚ୍ଚର ଫାଦରଙ୍କ ବିଭିନ୍ନ ମନମୁଖୀ ଏକଛତ୍ରବାଦୀ ଶାସନ ବିରୋଧରେ ଚର୍ଚ୍ଚର ସଦସ୍ୟମାନେ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି. ସେଣ୍ଟ ଜୋସଫ କେଥଲିକ ଚର୍ଚ୍ଚର ଉପସଭାପତି ସାଇମନଙ୍କ ସମେତ ଚର୍ଚ୍ଚର ସଦସ୍ୟ ରାମାରାଉ ରାହୁଲ, ଚନ୍ଦ୍ର ନାଇଡୁ, ଦେବଦତ୍ତ ଦଳେଇ ପ୍ରମୁଖ କହିଛନ୍ତି ଚର୍ଚ୍ଚର ଫାଦର ପ୍ରଦୀପ ନାୟକଙ୍କ ମନମୁଖୀ କାର୍ଯ୍ୟକଳାପ, ଚର୍ଚ୍ଚରେ ଗୋଷ୍ଠୀ ବିଭାଜନ, ଅପାରିଦର୍ଶୀତା ଏବଂ ଏକଛାତ୍ରବାଦୀ ଶାସନ ଯୋଗୁଁ ଚର୍ଚ୍ଚର ସମସ୍ତ ସଦସ୍ୟ ଅତ୍ୟନ୍ତ ସମ୍ପକୃତ ଫାଦରଙ୍କୁ ଏଠାରୁ ବଦଳି କରିବା ପାଇଁ ଦାବି କରିଛନ୍ତି. ତେଣୁ ଚର୍ଚ୍ଚର ୪୦ ରୁ ଉର୍ଦ୍ଧ ସଦସ୍ୟ ପ୍ରଦୀପ ନାୟକଙ୍କ କାର୍ଯ୍ୟ କଳାପ ବିରୋଧ କରି ତୁରନ୍ତ ତାଙ୍କୁ ଏଠାରୁ ବିଦାୟ କରିବା ପାଇଁ ଦାବି ଜଣାଇଛନ୍ତି.


