କଷୋଟି ଗ୍ରାମର ରିଟେଲରଙ୍କ ଦ୍ୱାରା ବେଆଇନ ଖାଦ୍ୟସାମଗ୍ରୀ ତୋଷରପାତ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଂଚାୟତର କଷୋଟି ଗ୍ରାମର ୱାର୍ଡ ନମ୍ବର ୧୨, ୧୬, ୧୭ ଓ ୧୮ର ଅଧିବାସୀ ତଥା ରାସନକାର୍ଡଧାରୀ ଖାଉଟିମାନେ ଉପଜିଲ୍ଲାପାଳଙ୍କୁ ଭେଟି ସେହି ୱାର୍ଡଗୁଡିକ ପାଇଁ ନିଯୁକ୍ତ ଖାଉଟି ଡିଲର ରଶ୍ମିରଞ୍ଜନ ନାଥ ସେମାନଙ୍କୁ ପ୍ରତ୍ୟେକମାସର ରାସନ ସାମଗ୍ରୀ ସଠିକ ସମୟରେ ପ୍ରଦାନ ନକରିବା, ଓଜନରେ ଠକୁଥିବା, ନୋଟିସ ବୋର୍ଡ ମାଧ୍ୟମରେ ଖାଉଟିମାନଙ୍କୁ ସମୟ ସମ୍ପର୍କରେ ଅବଗତ ନକରାଇବା ଏବଂ ସେହି ରିଟେଲରଙ୍କ ଖାତାପତ୍ର ସେ ନିଜେ ନକରି ଅନ୍ୟଜଣଙ୍କ ଦ୍ୱାରା କରାଇନେଉଥିବା ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏସବୁର ପ୍ରତିବାଦ କରିବାରେ ସେ ଖାଉଟିମାନଙ୍କୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଣୁ ଖାଉଟି ସାମଗ୍ରୀର ସୁଷମ ବଂଟନ ପାଇଁ ସରକାରଙ୍କ ନିୟମ ଅନୁଯାଇ ସେହି ଗ୍ରାମର ମହିଳା ମଣ୍ଡଳଙ୍କୁ ଏହି ଦାୟୀତ୍ୱ ପ୍ରଦାନ କରାଯିବାକୁ ସସ୍ମିତା ନାଥ, ପ୍ରଭାତୀ ନାଥ, ପୂର୍ଣ୍ଣାନନ୍ଦ ନାଥ, ପ୍ରତାପ ନାଥ, ସାରଥୀ ନାଥ, ପଦ୍ମିନୀ ନାଥ, ଜୀତେନ୍ଦ୍ର ପ୍ରଧାନ, ପିତାମ୍ବର ପ୍ରଧାନ, ରତ୍ନାକର ପ୍ରଧାନ ପ୍ରମୁଖ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ