କାକଟପୁରର ପ୍ରସିଦ୍ଧ ମଙ୍ଗଳାମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଲା
ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ର ପ୍ରସିଦ୍ଧ କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ବୁଧବାର ପ୍ରାତଃ ରୁ ସର୍ବସାଧାରଣ ଙ୍କ ପାଇଁ ଖୋଲିଛି l ଦୀର୍ଘ ପ୍ରାୟ 3ମାସ ପରେ ମାତୃ ଭକ୍ତ ମାନେ କୋଭିଡ କଟକଣା କୁ ମାନି ମନ୍ଦିର କୁ ପ୍ରବେଶ କରି ମା ଙ୍କୁ ଦର୍ଶନ କରିଛନ୍ତି l ମନ୍ଦିର କୁ ସାଧାରଣ ଭକ୍ତ ମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିବାରୁ ମା ଙ୍କ ସେବକ ଓ ଭକ୍ତ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି l ମାତୃ ଭକ୍ତମାନେ ମାସ୍କ ଲଗାଇ,ହାତ ବିଶୋଧନ କରି, ସାମାଜିକଦୂରତା ରକ୍ଷlକରି ମନ୍ଦିର କୁ ପ୍ରବେଶ କରି ମା ଙ୍କୁ ଦର୍ଶନ କରୁଛନ୍ତି l କୌଣସି ଭୋଗ ନନେବାକୁ ଓ ମନ୍ଦିରବେଢା ପରିକ୍ରମା ନକରିବାକୁ ଭକ୍ତ ମାନଙ୍କୁ ପରାମର୍ଶ ଦିଆଯାଇଛି l ରାଜ୍ୟ ର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ଙ୍କ ମଧ୍ୟ ରେ ମା ମଙ୍ଗଳା ଙ୍କୁ ରଖାଯାଇଥିବାବେଳେ ଜଗନ୍ନାଥ ସଂସ୍କୃତି ଓ ଶ୍ରୀ ମନ୍ଦିର ସହିତ ମା ମଙ୍ଗଳା ଙ୍କ ର ରହିଛି ନିବିଡ ସମ୍ପର୍କ l ଏହି କାରଣରୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ କାକଟପୁର ଆସି ମା ମଙ୍ଗଳା ଙ୍କୁ ଦର୍ଶନ ଓ ପୂଜାର୍ଚନା କରିଥାନ୍ତି l କରୋନା ର ଦ୍ୱିତୀୟ3 ଲହର କୁ ନ ବଢ଼ାଇବାକୁ ଧର୍ମାନୁଷ୍ଠାନ ସବୁ କୁ ସାଧାରଣଲୋକ ଙ୍କ ପ୍ରବେଶ ନିଷେଧ କରାଯାଇଥିଲା l ତେଣୁ ଦୀର୍ଘ 3ମାସ ରୁ ଉର୍ଦ୍ଧ ସମୟ ସାଧାରଣ ଭକ୍ତ ମାନେ ମନ୍ଦିର କୁ ପ୍ରବେଶ କରିପାରିନଥିଲେ l ଏବେ ସମସ୍ତ ଭକ୍ତ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି l


