କାଗଜ ବ୍ୟାଗ୍ ଦିବସ : ପ୍ଲାଷ୍ଟିକ୍ ବ୍ୟାଗ୍‌କୁ ନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ରତିବର୍ଷ ସାରା ବିଶ୍ୱରେ ପାଳନ କରାଯାଉଛି କାଗଜ ବ୍ୟାଗ୍ ଦିବସ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ପରିବେଶ ପାଇଁ କ୍ଷତିକାରକ ପ୍ଲାଷ୍ଟିକ୍ ବ୍ୟାଗ୍‌କୁ ବଦଳାଇ କାଗଜ ବ୍ୟାଗ୍‌ର ବ୍ୟବହାରକୁ ପ୍ରୋତ୍ସାହିତ କରିବା । ସଂପ୍ରତି ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜୀବନ ଶୈଳୀରେ ମାତ୍ରାଧିକ ପ୍ଲାଷ୍ଟିକ୍‌, ପଲିଥିନ୍‌ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି । ହେଲେ ଏହାର ବର୍ଜ୍ୟବସ୍ତୁ ମାଟିରେ କ୍ଷୟ ହୋଇ ନଥାଏ । ଯଦ୍ୱାରା ଦିନକୁ ଦିନ ପରିବେଶ ଓ ପରିବେଶ ଉପରେ ଗୁରୁତର ବିପଦ ଘନେଇବାରେ ଲାଗିଛି । ଉଭୟ ଜଳ ଓ ସ୍ଥଳଚର ଜୀବ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅକାଳରେ ସେମାନଙ୍କର ମୃତ୍ୟୁ ଘଟୁଛି । ଯାହା ଜୀବଜଗତ ପାଇଁ ଏକ ଭୟଙ୍କର ବିପଦ ରୂପେ ଉଭା ହୋଇଛି । ଏହାକୁ ରୋକିବା ପାଇଁ ଜନସଚେତନତା ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ, ତୂଳୀରେ ତିଆରିଛନ୍ତି ଏକ ଆକର୍ଷଣୀୟ କାଗଜ ବ୍ୟାଗ୍ । ବ୍ୟାଗ୍‌ଟିରେ ଉପରି ଭାଗରେ ରହିଛି ଇଂରାଜୀ ଭାଷାରେ-ସେ ନୋ ଟୁ ପ୍ଲାଷ୍ଟିକ୍ ବ୍ୟାଗ୍‌, ଲେଟ୍‌ସ ସେଭ୍ ଦି ୱାର୍ଲଡ଼ ଟୁଗେଦର ର ଏକ ମନଛୁଆଁ ସ୍ଲୋଗାନ୍ । କାଗଜ ବ୍ୟାଗ୍ ମାଟିରେ ଅଥବା ପ୍ରାକୃତିକ ଉପାୟରେ ନଷ୍ଟ ହୋଇଯାଇଥାଏ । କାଗଜ ବ୍ୟାଗ୍ ପରିବଶେ ପାଇଁ ବହୁତ ଉପକାରୀ କିନ୍ତୁ କାଗଜକୁ ନଷ୍ଟ କରିବା ଉଚିତ୍ ନୁହେଁ, ଭବିଷ୍ୟତର ପିଢୀ ଏବଂ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଏହି ଦିବସ ପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶାନ୍ତନୁ କୁହନ୍ତି । ସୂଚନାଯୋଗ୍ୟ ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ହେଉଛନ୍ତି ଶାନ୍ତନୁ । କଅଁଳ ବୟସରେ ଏଭଳି ଚିନ୍ତାଧାରା ଓ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ପରିବେଶବିତ୍‌, ପରିବେଶ ପ୍ରେମୀ ମାନେ ସାଧୁବାଦ ଜଣାଇଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ