ସୁନାବେଶ ଉପଲକ୍ଷେ ଭଜନ ସନ୍ଧ୍ୟା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଳଗୁଣ୍ଠା ବ୍ଲକ ଗୋବରା ଶ୍ରୀଶ୍ରୀଶ୍ରୀ ଦଧିବାମନ ସ୍ୱାମୀଙ୍କ ସୁନାବେଶ ଅବସରରେ ଗୋବରା ବଡ଼ଦାଣ୍ଡ ଠାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତି ନୀତି ଅନୁସାରେ ଗ୍ରାମବାସୀଙ୍କ ଦ୍ବାରା ଲକ୍ଷ୍ମୀ ଠାକୁରାଣୀ ରଥ ପାଖକୁ ଯାଇ ଫେରିବା ପରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହି ଭଜନ ସନ୍ଧ୍ୟା ଆୟୋଜନ ହୋଇଥିଲା । ଗୋବରା ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଆୟୋଜିତ କାର୍ଯ୍ୟକ୍ରମ କୁ ଅତୁଲ ଆଚାରୀଙ୍କ ସଂଯୋଜନାରେ ବୀଣାପାଣି କଳାକେନ୍ଦ୍ର ଟିମର ପିଙ୍କି, କାଜଲ, ଜିତୁ, ରବୀନ୍ଦ୍ର, ଜଗନ୍ନାଥ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଗ୍ରାମ୍ୟ କମିଟି ସଦସ୍ୟ ତଥା ବେଳଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋବରା ସରପଞ୍ଚ ସୁପ୍ରଭା ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ସମିତି ସଭ୍ୟ ବିଭୂପାଦ ଜେନା ଓ ସମ୍ମାନିତ ଅତିଥି ରୂପେ ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ ,ସେବା ସମବାୟ ସମିତି ସଭାପତି ରଙ୍କନିଧି ସ୍ୱାଇଁ, ଶିକ୍ଷକ ଗୋପାଳ କୃଷ୍ଣ ନାୟକ, ଅଜିତ ପଣ୍ଡା, ରେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ୱସ୍ତି ସୁନ୍ଦର ସିୟ,ବରିଷ୍ଠ କଳାକାର ସନ୍ତୋଷ ସାହୁ,ସମାଜସେବୀ ସରୋଜ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱସ୍ତି ସୁନ୍ଦର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜୟ ଜଗନ୍ନାଥ କୋଚିଂ ସେଣ୍ଟର ଅଧକ୍ଷ ପ୍ରଦୀପ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଆଲୋକ କୁମାର ରାଜୁ, ରାଜେଶ ପାତ୍ର, କିରଣ ଗୌଡ଼, ଚିତ୍ରସେନ ସ୍ୱାଇଁ, ନିଲୁ ପାତ୍ର, ରତ୍ନାକର ରାଉତ, ଆଶିଷ ବେହେରା ପ୍ରମୁଖ ସହଯୋଗ କରିଥିଲେ ।


