ବାହାହେବେ ଗାୟିକା ନେହା କକ୍କଡ

ମୁମ୍ବାଇ : ବଲିଉଡର ଫେମସ ଗାୟିକା ନେହା କକ୍କଡ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଏବେ ନେହା କକ୍କଡ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ନେହା ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । କେବଳ ସେତିକି ନୁହେଁ ସେମାନେ ମଧ୍ୟ ନେହାଙ୍କୁ ତାଙ୍କର ବୋହୂ ଭାବେ ଗ୍ରହଣ କରି ସାରିଛନ୍ତି। ଇଣ୍ଡିଆନ୍ ଆଇଡଲ୍ ୧୧’କୁ ଆଦିତ୍ୟ ନାରାୟଣ ହୋଷ୍ଟ କରୁଛନ୍ତି। ନିକଟରେ ଆଦିତ୍ୟଙ୍କ ବାପା ତଥା ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣ ଓ ତାଙ୍କ ପତ୍ନୀ ହଠାତ୍ ସେଟରେ ପହଞ୍ଚି ଯାଇଥିଲେ। ରିପୋର୍ଟ ଅନୁସାରେ, ‘ଇଣ୍ଡିଆନ୍ ଆଇଡଲ୍ ୧୧’ ଆଗାମୀ ଏପିସୋଡରେ ଏକ ଜବରଦସ୍ତ ମାହୋଲ ଦେଖିବାକୁ ମିଳିବ। ଉଦିତ୍ କହିଛନ୍ତି, ଏହି ଶୋ’ ସେ ଦୁଇଟି କାରଣ ଯୋଗୁ ଦେଖନ୍ତି। ପ୍ରଥମ କାରଣ ହେଲା ଏଥିରେ ଭାଗ ନେଉଥିବା ପ୍ରତିଯୋଗୀ ବହୁ ଅଭିଜ୍ଞ। ଦ୍ୱିତୀୟ କାରଣ ହେଲା ନେହାଙ୍କୁ ନିଜର ବୋହୂ କରିବାକୁ ଚାହାନ୍ତି। କେବଳ ଉଦିତ୍ ନୁହନ୍ତି, ତାଙ୍କ ସ୍ତ୍ରୀ ଦୀପା ନାରାୟଣଙ୍କୁ ମଧ୍ୟ ଏହି ସେଟରେ ଦେଖିବାକୁ ମିଳିଥିଲା। ଦୀପା ସେଟରେ କହିଥିଲେ ନେହା ନାରାୟଣ ପରିବାରର ବୋହୂ ହେବାକୁ ଯାଉଛନ୍ତି। ନେହାଙ୍କ ମା’ ବାପା ମଧ୍ୟ ସେଟକୁ ଆସିଥିଲେ। ସେମାନେ ମଧ୍ୟ ରାଜି ହୋଇଯାଇଛନ୍ତି। ତେବେ ବିବାହ ନେଇ ତାଙ୍କ ନିଷ୍ପତ୍ତି କ’ଣ ରହିବ ତାହା ଅପେକ୍ଷାରେ ଦର୍ଶକ ରହିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ