କାଳବୈଶାଖୀ ଝଡରେ ଶିକାର ହୋଇଥିବା ଗରିବ କୃଷକ ନିକଟରେ ପହଞ୍ଚି ସହଯୋଗ ସହାୟତା ପ୍ରଦାନ କରିଥିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ସଂଯୋଗ ବାଧାପ୍ରାପ୍ତ ହେବା ସହ ଅନେକ ଘର ଗୁଡ଼ିକ ନଷ୍ଟ ହୋଇଯାଇଛି । ତେବେ ଏହି ଅଦିନିଆ ଝଡ଼ର ପ୍ରଭାବରେ ପାରଳାଖେମୁଣ୍ଡି ସହରର ଏକ ଗରିବ କୃଷକ ନିଜ ଝାଳବୁହା କଷ୍ଟ ଦ୍ଵାରା ଉପାର୍ଜିତ ଏକ ଟିଣ ଛପର ନୂତନ ଗୃହଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ଏବଂ ସମ୍ପୂର୍ଣ୍ଣ ପରିବାର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ପରିବାରର ମୁଖ୍ୟ ସନ୍ତୋଷ କୁମାର ମାଝୀ ଏବଂ ତାଙ୍କ ପତ୍ନୀ ମମତା ମାଝୀଙ୍କ କହିବା ଅନୁଯାୟୀ, କାଳବୈଶାଖୀ ଝଡ଼ ସମୟରେ ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ସହ ଘର ଭିତରେ ରହିଥିଲେ। କିନ୍ତୁ ପ୍ରବଳ ବେଗରେ ପବନ ବହିବା କାରଣରୁ ଘରଉପରେ ଛପର ହୋଇଥିବା ଟିଣ ହଠାତ୍ ଉଡିଗଲା ଏବଂ କାନ୍ଥ ଭାଙ୍ଗିଗଲା ଓ ଘର ଭିତରେ ଥିବା ପ୍ରାୟ 5 ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି |ଘଟଣାସ୍ଥଳରେ ସମାଜସେବୀ ତଥା ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଅମୋଦ କୁମାର ବର୍ଦ୍ଧନ ପହଞ୍ଚି ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ କ୍ଷତିଗ୍ରସ୍ତ ପରିବାରକୁ ନୈତିକ ଆଶ୍ଵାସନା ପ୍ରଦାନ କରିଥିଲେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ଅଧୀନରେ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଗଜପତି ଜିଲ୍ଲା ପ୍ରଶାସନକୁ ଅବଗତି କରାଇ ଏହି ସମସ୍ୟାର ସମସ୍ତ ପ୍ରକାର ସହାୟତା ପ୍ରଦାନ ଓ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।କେରାଣ୍ଡୀ ପଞ୍ଚାୟତ ଅନ୍ତର୍ଗତ ପାରାଲାଖେମୁଣ୍ଡି ସହରର ଇନ୍ଦିରା ନଗର (3rd lane) ବାସିନ୍ଦା ଗରିବ ଚାଷୀଙ୍କ ଦୁଃଖ ସମୟରେ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଆଶ୍ୱାସନା ଓ ସାହାଯ୍ୟ ସହଯୋଗ ପ୍ରତିଶ୍ରୁତି ଦେଇଥିବାରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଅମୋଦ କୁମାର ବର୍ଦ୍ଧନବକୁ ପ୍ରଶଂସା କରିଥିଲେ। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରତି ଶ୍ରୀ ବର୍ଦ୍ଧନଙ୍କ ଏହିଭଳି ସେବା ମନୋଭାବକୁ ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବି ଓ ସାଧାରଣ ଜନତା ଉଚ୍ଚକୋଟୀର ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ