କାଶୀନଗର ସେବା ସମବାୟ ସଭାପତି ଭାବେ ଚେଲାପତି ରାଓ ନିର୍ଦ୍ବନ୍ଦରେ ନିର୍ବାଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସେବା ସମବାୟ ସଭାପତି ନିର୍ବାଚନ ହୋଇଥିଲା । ପ୍ରକାଶ ଥାଉ କି କାଶୀନଗର ସେବା ସମବାୟ ସମିତିର ଡାଇରେକ୍ଟର ନିର୍ବାଚନରେ ଦୁଇ ତୃତୀୟାଂଶ ଡାଇରେକ୍ଟର ନିର୍ଦ୍ଵନ୍ଦରେ ଓ ବିଜେଡ଼ିର ନିର୍ବାଚିତ ହୋଇଛନ୍ତି ।  ଆଜିର ନିର୍ବାଚନ ଏକ ଉପୋଚରିକତ ଥିଲା ବୋଲି ଆଲୋଚନା ହୋଉଛି । ତାଜମ ଚେଲାପତି ରାଓ ଆଜି ସଭାପତି ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ବିରୁଦ୍ଧରେ ଅନ୍ୟ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ  । ତେଣୁ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ତାଙ୍କୁ ସଭାପତି  ଭାବେ ଘୋଷଣା କରିଥିଲେ ।  ଘୋଷଣା ପରେ ସମସ୍ତ ଡାଇରେକ୍ଟର ମାନଙ୍କ ସହ ସେବା ସମବାୟ ସମିତି ରେ ପହଞ୍ଚିଥିଲେ  । ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଜଣାଇଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ