କୁଣ୍ଡେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ଯାଇଥିବା ପ୍ରଧାନ ଶିକ୍ଷକଙ୍କ ଥାନାରେ ଲିଖତ ଅଭିଯୋଗ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ କୁଣ୍ଡେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟ ରବିବାର ଲିଖିତ ଭାବେ ନାଉଗାଁ ଥାନାରେ ଜଣାଇଛନ୍ତି । ଅଭିଯୋଗ ମୁତାବକ କରୋନା ପାଇଁ ବିଦ୍ୟାଳୟ ସବୁ ବନ୍ଦ ରହିଛି  ବିଦ୍ୟାଳୟକୁ ତଦାରଖ କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଦଳ ବଦଳ ଭାବେ ବିଦ୍ୟାଳୟକୁ ଯାଇଥାନ୍ତି । ୨୫ ସେପ୍ଟମ୍ବରରେ ବିଦ୍ୟାଳୟର କିଛି ଶ୍ରେଣୀ କକ୍ଷ ସଫା କରିବା ପାଇଁ ପ୍ରଧାନ ଶିକ୍ଷକ ଯାଇ ସଫା କରି ଆସିଥିଲେ । ରବିବାର ଅନ୍ୟ କିଛି କୋଠରୀ ସଫା କରିବା ପାଇଁ ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟକୁ ଯାଇଥଲେ । ବିଦ୍ୟାଳୟର ଷଷ୍ଠ ଶ୍ରେଣୀର କୋଠରୀକୁ ଖୋଲିଲା ବେଳକୁ କୋଠରୀରେ ଥିବା ଆଲମାରୀ ଭଙ୍ଗା ଯିବା ସହ ଉକ୍ତ ଘରେ ଥିବା ୮୫ କି.ଗ୍ରା ମଧ୍ୟାହ୍ନ ଭୋଜନ ଚାଉଳ,ଏକ ଫ୍ୟାନ, କାନ୍ଥ ଘଂଟା ସମେତ ଅନ୍ୟ କିଛି ସାମଗ୍ରୀ ଚୋରି ଯାଇଛି । ବିଦ୍ୟାଳୟ ବନ୍ଦ ରହିଥିବା ସୁଯୋଗ ନେଇ କେହି ଦୁବୃତ ଘରର ସ୍କାଏ ଲାଇଟ ଭାଙ୍ଗି ଚୋରି କରିଥିବା ଅଭିଯୋଗରେ ଦର୍ଶାଯାଇଛି । ତେଣୁ ଉକ୍ତ ଘଟଣାକୁ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଭାବେ ଜଣାଯାଇଛି । ଏ ବିଷୟରେ ଥାନାଧିକାରୀ ଭରତ ବେହେରା ଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ