କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ, ବାଣ ଫୁଟାଇ ଖୁସି ମନାଇଲେ ବିଜେପି କର୍ମୀ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ପାଈଁ ଆଜି ଏକ ଐତିହାସିକ ଦିନ। କେନ୍ଦୁଝର ସଦର ବିଧାୟକ ମୋହନ ମାଝି ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବାପରେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲାର ଜଣେ ବ୍ୟକ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଏହାକୁ ନେଇ ଗ୍ରାମ ଠାରୁ ସହର ସବୁଆଡେ ବାଣ ଫୁଟାଇ ଖୁସି ମନାଉ ଛନ୍ତି ବିଜେପି କର୍ମୀ। ଏପରିକି ସାଧାରଣ ଲୋକଙ୍କ ଭିତରେ ମଧ୍ଯ ଖୁସି କହିଲେ ନସରେ। ଏପରିକି ବିଦ୍ୟାଧରପୁର, ହାଟଡିହି, ଶାଳନିଆ, ଢେଙ୍କା, ମରେଇଗାଁ ଆଦି ସ୍ଥାନରେ ଲୋକମାନେ ପରସ୍ପରକୁ ମିଠା ବାଣ୍ଟି ଖୁସି ମନାଉଥିବା ଦେଖିବାକୁ ମିଳିଥିଲା। ଛେନାପଦି ଛକ ମା ତାରିଣୀଙ୍କ ମନ୍ଦିର ନିକଟରେ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଜିଲ୍ଳା ସଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି, ସୁଶାନ୍ତ ଜେନା, ରୁଦ୍ରପ୍ରସାଦ ଜେନା, ତପନ ପାତ୍ର, ଶସିକାନ୍ତ ରାଉତ, ଜଗା ଦେବତା, ଜିତନ ଶଙ୍ଖୁଆ, ଯୁଧିଷ୍ଠିର ମଲ୍ଲିକ, ସାନ୍ତନୁ ଖୁଣ୍ଟିଆ, ଦେବାଶିଷ ସେନାପତି, ସୁରେନ୍ଦ୍ର ବିଶ୍ୱାଳ, ଧନେଶ୍ୱର ରାଉତ, ହରେକୃଷ୍ଣ ସ୍ୱାଇଁ, ଅଶୋକ ଯେନା, କୃଷ୍ଣଚନ୍ଦ୍ର ରାଉତ, ଅଧର ବେହେରା,ସୁରେନ୍ଦ୍ର ଜେନା, ରମାକାନ୍ତ ସାହୁ, ଅଶୋକ ଖୁଣ୍ଟିଆ, ବଳରାମ ଯେନା, ସୁଭାଦ୍ରୀ ବଳିଆର ସିଂଙ୍କ ସମେତ ଶତାଧିକ କର୍ମୀ ବାଣ ଫୁଟାଇ ଖୁସି ମନାଇବା ସହିତ ଜଣେ ଗ୍ରାମାଞ୍ଚଳର ବିଧାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।


