ହଦଗଡ଼ ପଞ୍ଚାୟତରେ ବିଜେଡ଼ିର କର୍ମୀ ସମ୍ମିଳନୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହଦଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ହଦଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ନିରୂପମା ନନ୍ଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମୀସମ୍ମିଳନୀରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ଵିଶେଷ କରି ଏହି ପଞ୍ଚାୟତର ଦଲକି, ପିତାନାଉ, ଜୁଣପସି ଭଳି ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନ, ଜଙ୍ଗଲ ଜମି ପଟ୍ଟା ଭଳି ସମସ୍ୟାକୁ ପ୍ରାଥମିକତା ଦେବେ ବୋଲି କହିଥିଲେ। ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି କହିଥିଲେ। ଏଥିରେ ପୂର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି, ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ନାଏକ, ଗୋପବନ୍ଧୁ ନାଏକ, ରବିନ୍ଦ୍ର କୁମାର ନାୟକ, ସଚ୍ଚିଦାନନ୍ଦ ଉପାଧ୍ୟେୟ, ରାଜେନ୍ଦ୍ର ଶଙ୍ଖୁଆ, ବିଜୟ ସତପତି, ଗିରିଧାରୀ ମହାନ୍ତିଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।


