କେନ୍ଦ୍ରାପଡା ପୈାରାଚଂଳର ୧୪ ଓ ୧୫ନମ୍ବର ୱାର୍ଡ ପରିଦର୍ଶନ କଲେ ବିଧାୟକ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୪ ଓ ୧୫ ନମ୍ବର ୱାର୍ଡର ପୋଷ୍ଟ ଅଫିସ ଲେନ, ଇମାମବାଡା, ବଡହାଟ ଓ କ୍ୟୁରେସିମହଲା ପ୍ରଭୃତି ଅଚଂଳକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହୋଇପାରିବ ସେଥିନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦେଶ ଦେଇଛନ୍ତି । ସେହି ଅଚଂଳର ଜନସାଧାରଣଙ୍କ ସହ ମିଶି ସେମାନଙ୍କ ବ୍ୟକ୍ତିଗତ ସମସ୍ୟା ବୁଝିବା ସହ ରାସନକାର୍ଡ ଠାରୁ ଆରମ୍ଭ କରି ଡ୍ରେନେଜ ବ୍ୟବସ୍ଥା ଓ ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିସହିତ ଗୋବରୀ ନଦୀବନ୍ଧ ସନ୍ନିକଟ ଦାରୁଲଉଲୁମ ମଦ୍ରାସା ପରିସରରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ(ଚନ୍ଦନ)ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏକ ବୈଠକରେ ବିଧାୟକ ଶ୍ରୀ ବେହେରା ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସମେତ ରଞ୍ଜିତ ସାହୁ, ସେକ ସାବୀର ହୋସେନ, ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ମହମ୍ମଦ ଆକ୍ରମ ଖାଁ, ସେକ ସଲାଉଦ୍ଦିନ, ସେକ ଫେରୁ, ସେକ ଇମ୍ରାନ ମହମ୍ମଦ, ମହମ୍ମଦ ମୁସ୍ତକିମ(ରସନ), ଅଜମଦ ଖାଁ, ସେକ ଟିକିବାବୁ, ସେକ ଚାନ୍ଦ, ସେକ ନସିମୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ