ଜାନୁଆରୀ ୧ରେ ବନ୍ତରେ ହେବ ମିନି ମାରାଥନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଆସନ୍ତା ଜାନୁଆରୀ ୧ରେ ବନ୍ତ ଠାରେ ୩ୟ ବାର୍ଷିକ ମିନି ମାରାଥନ ଅନୁଷ୍ଠିତ ହେବ । ଏନେଇ ବନ୍ତସ୍ଥିତ ଜଳସେଚନ କାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ତ ପଞ୍ଚାୟତର ସମିତି ସଭ୍ୟ ତଥା ଆଇନଜୀବି ପରମେଶ୍ୱର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବନ୍ତ ଅଞ୍ଚଳର ଲୋକ ମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ନବବର୍ଷ ପାଳନ କରିବା ନେଇ ୩ୟ ବାର୍ଷିକ ମିନି ମାରାଥନର ସୁପରିଚାଳନା କରିବା ସହ ସଂଖ୍ୟାଧିକ ବ୍ୟକ୍ତି ଅଂଶ ଗ୍ରହଣ କରିବା ସଂପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ୨୮ ଜଣିଆ ପରାମର୍ଶଦାତା କମିଟି ଗଠନ କରାଯିବା ସହ ଯୁବ ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁଙ୍କୁ ଆବାହକ ଭାବେ ଚୟନ କରାଯାଇଥିଲା । ବୈଠକରେ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀ, ପ୍ରାକ୍ତନ ସରପଞ୍ଚ ନିହାରିକା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଯୁବ ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁ, ସେକ୍ ୟାକତ୍ ଅଲ୍ଲୀ, ନିରଞ୍ଜନ ମଲ୍ଲିକ, ସେକ୍ ସମୀମ ନୱାଜ୍‌, ଆଲୋକ କୁମାର ରାଉତ, ତ୍ରିଲୋଚନ ପଣ୍ଡା, ଶତ୍ରୁଘ୍ନ ମହାରାଜ, ପ୍ରଶାନ୍ତ କୁମାର ବେହେରା, ଦେବଦତ୍ତ ଜଗତ ଜୀବନ ଜେନା, ରମେଶ ଜେନା, ପ୍ରଣବ କିଶୋର ଲେଙ୍କା, ରମାକାନ୍ତ ପାଣିଗ୍ରାହୀ, ଶକ୍ତିଧର ରାଉତ, ଚିନ୍ତାମଣି ମିଶ୍ର, ଗଣନାଥ ବେହେରା, ଦୁଲ୍ଲା ଖାଁଙ୍କ ସମେତ ଅନ୍ୟ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ