କେନ୍ଦ୍ରୀୟ ଅର୍ଥ ତୋଷାରପାତ ପାଇଁ ନୂଆ ତରିକା
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ): ରାଜ୍ୟର ହେଉଥିବା ଉନ୍ନୟନମୂଳକ କୌଣସି ପ୍ରକାର ଦୁର୍ନିତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଥିବା ବେଳେ କେତେକ ଜିଲ୍ଲାସ୍ତରୀୟ ଅଫିସର ଏହାକୁ ଖାତିର କରୁନାହାନ୍ତି । ଏଭଳିକି କେନ୍ଦ୍ରୀୟ ଅର୍ଥକୁ ବାଟବାରଣା କରିବାକୁ ମଧ୍ୟ ସେମାନେ ଉପାୟ ବାହାର କରିଛନ୍ତି । ଏହାର ଉଦାହରଣ ହେଉଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) । ଡିଆରଡିଏ ଅଧିନରେ ପଂଚାୟତସ୍ତରୁ ଜିଲ୍ଲାପରିଷଦ ପର୍ଯ୍ୟନ୍ତ ହେଉଥିବା କାମ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଥାନ୍ତି । ଏହି ଅର୍ଥ ଠିକ୍ ଭାବେ ଉପଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ଅଭିଜ୍ଞ ଚାଟାର୍ଡ ଆକାଉଂଟାଂଟ୍ଙ୍କ ଦ୍ୱାରା ଅଡିଟ୍ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏହାଦ୍ୱାରା ଦୁର୍ନିତୀ ଧରାପଡିଯିବା ଭୟରେ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ମନଇଛା ସେମାନଙ୍କ ମନ ମୁତାବକ ଅଡିଟରଙ୍କୁ ଅଡିଟ୍ ଦାୟିତ୍ୱ ଦେବା ଲାଗି ବାଟ ବାହାର କରିବାରେ ଲାଗି ହୋଇଥିବା ପ୍ରକ୍ରିୟାରେ ଏଭଳି ଅନିୟମିତା ଓ କେଳେଙ୍କାରୀ ସାମ୍ନାକୁ ଆସିଛି । ବାଲେଶ୍ୱର ଡିଆରଡିଏ ଅଧିନରେ କେନ୍ଦ୍ରୀୟ ପାଣ୍ଠିରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ଅଡିଟ୍ ପାଇଁ ଚାଟାର୍ଡ ଆକାଉଂଟ୍ ଫାର୍ମଗୁଡିକର ତାଲିକାଭୁକ୍ତ କରିବା ପାଇଁ ଗତ ଜୁନ୍ ୨୧ ତାରିଖରେ ଟେଣ୍ଡର କଲ୍ ନୋଟିସ୍ ବାହାରିଥିଲା । କିନ୍ତୁ ଯେଉଁ ଆଧାରରେ ଫାର୍ମଗୁଡିକୁ ଚୟନ କରାଯିବ ବୋଲି ଲେଖାଯାଇଥିଲା, ତାହା ସ୍ପଷ୍ଟ ଭାବେ ଅଭିଜ୍ଞ ଅଡିଟର୍ ମାନଙ୍କୁ ଏଥିରୁ ବାଦ୍ ଦେବା ଲାଗି ଉଦ୍ଦିଷ୍ଟ ଭଳି ଜଣାପଡୁଛି । ଫାର୍ମଗୁଡିକର ପ୍ରତିଷ୍ଠା ତାରିଖ ଓ ଅଭିଜ୍ଞତାକୁ ଅଣଦେଖା କରାଯାଇ ପାଟନରସିପ୍ ହେବା ତାରିଖ ଉପରେ ଗୁରୁତ୍ୱ ଦିଆଯାଇଛି । ଯାହା କୌଣସି ପ୍ରକାରେ ଯୁକ୍ତିସଂଙ୍ଗତ କିମ୍ବା ଆଇନସଙ୍ଗତ ନୁହେଁ । ପେଶାଦାର ଚାଟାର୍ଡ ଆକାଉଂଟାଟ୍ ଫାର୍ମ କୌଣସି ଏକ ବ୍ୟବସାୟିକ ସଂସ୍ଥା ନୁହେଁ । ତେଣୁ ସେମାନଙ୍କର କେତେ ଟଙ୍କାର ବ୍ୟବସାୟ ବା ଟର୍ନ ଓଭରକୁ ଲକ୍ଷ୍ୟ କରି ଚୟନ ହେବା ଯୁକ୍ତିଯୁକ୍ତ ନୁହେଁ । ଏହି ଟର୍ନଓଭର ୩୦ ଲକ୍ଷଟଙ୍କା ହୋଇଥିଲେ ତାଙ୍କୁ ୧୦ ନମ୍ବର ଦିଆଯିବ ବୋଲି ଏହି ଟେଣ୍ଡରରେ ସର୍ତ ରହିଛି । ଅଭିଜ୍ଞତା କୌଣସି କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଭିଜ୍ଞତାକୁ ୮୦ ପ୍ରତିଶତ ଗୁରୁତ୍ୱ ଦିଆଯିବା କଥା । କିନ୍ତୁ ଏହି ଟେଣ୍ଡରରେ ଏଥିପାଇଁ ମାତ୍ର ୨୦ ମାର୍କ ରଖାଯାଇଛି । ସେହିପରି ବଜେଟ୍ ପାଇଁ ଅଡିଟରମାନଙ୍କୁ କେତେ ଟଙ୍କା ମିଳିବ ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ ହୋଇଛି । କିନ୍ତୁ ଫାଇନାନସିଆଲ୍ ବିଡ୍ ପାଇଁ ସ୍କୋର୍ ରହିଛି ୪୦ ମାର୍କ । ଯାହା ଆଦୌ ଆବଶ୍ୟକତା ନାହିଁ । ଅଭିଜ୍ଞ ଚାଟାର୍ଡ ଆକାଉଂଟ୍ ଫାର୍ମଗୁଡିକ ଏଭଳି ଅଯୌକ୍ତିକ ତାଲିକାଭୁକ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । କାରଣ ଏହି ପ୍ରକ୍ରିୟା ଯୋଗୁଁ ଆଇସିଏଆଇ ଦ୍ୱାରା କ୍ୟାଟୋଗୋରୀ-୧ ଶ୍ରେଣୀଭୁକ୍ତ ହୋଇଥିବା ଚାଟାର୍ଡଫାର୍ମଗୁଡିକ ଏଥିରୁ ବଂଚିତ ହେଉଛନ୍ତି । ଯାହା ଏକ ଷଡଯନ୍ତ୍ର ବୋଲି ଆଶଙ୍କା କରାଯାଉଛି । ଅଡିଟ୍ ର ଅସଲ ଉଦ୍ଦେଶ୍ୟ ଓ ଏହାର ସୁଫଳକୁ ବାଲେଶ୍ୱର ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ବେଖାତିର କରି ଅନଭିଜ୍ଞ ଓ ତାଙ୍କ କଥାରେ ପରିଚାଳିତ ହେଉଥିବା ଚାଟ୍ାର୍ଡ ଆକାଂଉଂଟାଂଟ୍ ଙ୍କୁ ନିଯୁକ୍ତି କରି ସବୁ ଦୁର୍ନିତିକୁ ପାସ୍ କରାଇନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ୨୦୧୭ରେ ମଧ୍ୟ ସେଠାରେ ସେହିଭଳି ପରିସ୍ଥ ିତି ହୋଇଥିଲା । କିନ୍ତୁ ଅଭିଯୋଗ ପରେ ତକ୍ରାଳୀନ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଟେଣ୍ଡରକୁ ରଦ୍ଦ କରିଦେଇଥିଲେ । କିନ୍ତୁ ସେହି ଦୁଇ ଅଧିକାରୀଙ୍କ ବଦଳି ପରେ ଏବେ ପୁଣି ଡିଆରଡିଏର ସେହି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ପୁରୁଣା ବୁଦ୍ଧି ବାହାର କରିଛନ୍ତି । ଜିଲ୍ଲାପାଳଙ୍କୁ ଏ ବାବଦରେ ଅନ୍ଧାରରେ ରଖାଯାଇଛି । ତେଣୁ ବାଲେଶ୍ୱର ଡିଆରଡିଏ ପକ୍ଷରୁ କରାଯାଇଥିବା ଏହି ଟେଣ୍ଡରକୁ ବାତିଲ କରିବା ପାଇଁ ଦାବି ହୋଇଛି । ୨୦୧୪ ପର୍ଯ୍ୟନ୍ତ ପ ଂଚାୟତିରାଜ ବିଭାଗ ଚାଟାର୍ଡ ଆକାଉଂଟାଂଟ୍ମାନଙ୍କ ତାଲିକା କରି ଜିଲ୍ଲାପାଳଙ୍କ ନିକଟକୁ ପଠାଉଥିଲା । କିନ୍ତୁ ପରେ ଏହାକୁ ପରିବର୍ତନ କରାଯାଇ ଟେଣ୍ଡର ବ୍ୟବସ୍ଥା କରାଯାଇଥିଲା । ଅଡିଟ୍ କରୁଥିବା ସଂସ୍ଥା କୌଣସି ବ୍ୟବସାୟ ପ୍ରତିଷ୍ଠାନ ନୁହେଁ । ତେଣୁ ଟେଣ୍ଡର ଡାକିବା ବ୍ୟବସ୍ଥା ଉଚ୍ଛେଦ କରି ପୂର୍ବ ଭଳି ଚାଟାର୍ଡ ଆକାଉଂଟାଂଟ୍ମାନଙ୍କୁ ଅଡିଟ୍ ଦାୟିତ୍ୱ ଦିଆଯିବା ଉଚିତ୍ । ଏହା ନହେଲେ ଟେଂଡର ବ୍ୟବସ୍ଥାରେ ବିଭିନ୍ନ ମାନଦଣ୍ଡ ନାଁରେ ଡିଆରଡିଏ ଅଫିସରମାନେ ଅନଭିଜ୍ଞ ଅଡିଟରମାନଙ୍କୁ ନିୟୋଜିତ କରିବାର ବାଟ ଖୋଲିଦେଇଛନ୍ତି । ପୁଣି ସବୁଠୁ ଆଶ୍ଚର୍ଯ୍ୟର ବିଷୟ ବିଭିନ୍ନ ଜିଲ୍ଲାରେ ଚାଟାର୍ଡ ଆକାଉଂଟାଂଟ୍ ନିୟୋଜିତ କରିବା ପାଇଁ ନିୟମ ମଧ୍ୟ ଭିନ୍ନ କରାଯାଉଛି । ଅର୍ଥାତ୍ ଡିଆରଡିଏ ଅଧିକାରୀମାନେ ସେମାନଙ୍କ ମନ ପସନ୍ଦର ଅଡିଟରମାନଙ୍କୁ ନିୟୋଜିତ କରି ଜିଲ୍ଲାରେ ହୋଇଥିବା ଅର୍ଥ ବାଟମାରଣାକୁ ଘୋଡାଇ ଦେବାରେ ସଫଳ ହେଉଛନ୍ତି । ତେଣୁ ବାଲେଶ୍ୱର ଡିଆରଡିଏ ପକ୍ଷରୁ ଜୁନ୍ ମାସରେ ବାହାରିଥିବା ଟେଣ୍ଡରକୁ ବାତିଲ କରି ଚୟନ ପ୍ରକ୍ରିୟାରେ ସୁଧାର ଆଣି ଅଭିଜ୍ଞ ଚାର୍ଟାର୍ଡ ଆକାଉଂଟାଂଟ୍ମାନଙ୍କୁ ଅଡିଟ୍ ଦାୟିତ୍ୱ ଦିଆଯିବା ଓ ବାଲେଶ୍ୱର ଏପିଡି(ଅର୍ଥ)ଙ୍କ ଏହି କାର୍ଯ୍ୟକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।


