ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟସନ ରେ ହାକାଥନ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବାନ୍ଦୋପଲା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପରିସରରେ ବିଜେନେସ ପ୍ଲାନ ହାକାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ର କାର୍ଯ୍ୟନିର୍ବାହୀ ନିର୍ଦେଶକ ନାଗେଶ୍ୱର ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ନିର୍ଦେଶକ ଡ଼ି. ଶ୍ୟାମ, ଡ଼ି. ରାମ ଉପସ୍ଥିତ ଥିବାବେଳେ ଅତିଥିଭାବେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାଶ,ଡ଼ା. ନୃପରାଜ ସାହୁ, ଶ୍ରୀକାନ୍ତ ଦଳେଇ,ଡ଼ା. ହଳଧର ସାହୁ, ଡ଼ା. ସତ୍ୟ ସିଦ୍ଧାର୍ଥ ପଣ୍ଡା, ଡ଼ା. ଏଲ.ପି ପଣ୍ଡା, ଡ଼ା. ସମରେନ୍ଦ୍ର ନାଥ, ଡ଼ା. କ୍ଷୀରୋଦ ପ୍ରଧାନ, ଯୁବରାଜ ନାୟକ, ଦେବେନ୍ଦ୍ର ବିଶି ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରାଇ ଥିଲେ । ସଫଳ ଉଦ୍ୟୋଗୀ ବିଭୁପ୍ରସାଦ ସାହୁ, ସୁଜିତ ମେହେର, ଦୀପକ ରଞ୍ଜନ ସାହୁ ପ୍ରମୁଖ ଉଦ୍ୟୋଗୀକ ଅଭିଜ୍ଞତା ବିଦ୍ୟାର୍ଥୀ ମାନଙ୍କ ସହ ଅଦାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବିଜନେସ ପ୍ଲାନ ଉପସ୍ଥାପନ କରିଥିଲେ । ଡ଼ା. ଆଦିତ୍ୟ କୁମାର ପଟ୍ଟନାୟକ, ଡ଼ା. ସୁଦୀପ୍ତ କୁମାର ଜେନା, ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର ଅଧ୍ୟାପିକା ଜ୍ୟୋତି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସଭାକୁ ସୁପରିଚାଳନା ଓ ସଫଳ ରୂପାୟନ କରିଥିଲେ ।ପଶ୍ଚିମ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ