କୋଣାର୍କ ରେ କରୋନା ଆଇସୋଲେସନ ସେଣ୍ଟର ସ୍ଥିତି ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ଗୁରୁବାର ସଂଧ୍ୟାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା କୋଣାର୍କ ଶିଶୁ ଓ ମାତୃ ମଂଗଳ ହସପିଟାଲ ଠାରେ ଖୋଲା ଯାଇଥିବା ଆଇସୋଲେସନ ସେଣ୍ଟର ର ସ୍ଥିତାବସ୍ଥା ଜିଲ୍ଲା ପାଳ ବଲବନ୍ତ ସିଂ ଅନୁଧ୍ୟାନ କରିବା ସହ କରୋନା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ର ସମୀକ୍ଷା କରିଥିବା ଜଣାପଡିଛି।ଖଵରରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ଲକଡାଉନ ଅଵଧି କୁ ଏପ୍ରିଲ ୩୦ ପର୍ଯନ୍ତ ଵୃଧି କରିଥିବା ବେଳେ କୋଣାର୍କ ଠାରେ ଖୋଲା ଯାଇଥିବା ୧୫ ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର ର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ସହ କୋଣାର୍କ ମାଛ ଓ ମାଂସ ମାର୍କେଟ ର ସ୍ଥିତ ଅନୁଧ୍ୟାନ କରିଥିଲେ। କୋଣାର୍କ ଏନଏସି ପ୍ରଶାସନ, ଗୋପ ତହସିଲ ପ୍ରଶାସନ ଓ କୋଣାର୍କ ପୋଲିସ ପ୍ରଶାସନ ପକ୍ଷରୁ କରୋନା ମହାମାରୀ କୁ ମୁକାବିଲା କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରିଥିଲେ। ଲକ ଡାଉନ ର ଅଵଧି ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ମାନଙ୍କୁ ସାମାଜିକ ଦୂରତା ରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଲୋକ ମାନେ କୀଭଳି ଭାଵରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଅସାଧୁ ବ୍ୟବସାୟୀ ମାନଙ୍କ ଵିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଜନସାଧାରଣଙ୍କୁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରିବା ପାଇଁ ଏନ ଏ ସି ପ୍ରଶାସନ ଜନ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଗ୍ରସ୍ତ ସମୟରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, ଗୋପ ତହସିଲଦାର ପୃଥିରାଜ ମଣ୍ଡଳ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ, କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ, ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଶିଵ ପ୍ରସାଦ ମଂଗରାଜ ଙ୍କ ସମେତ ସମସ୍ତ ଵିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।


