ମାସ୍କ ତିଆରି କରୁଛନ୍ତି ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ଝିଅ

ଭୁବନେଶ୍ୱର: ସମଗ୍ର ବିଶ୍ୱ ଏବେ କରୋନା ବିରୋଧରେ ଲଢେ଼ଇ କରୁଥିଲା ବେଳେ ବିଭିନ୍ନ ବର୍ଗରୁ ମିଳୁଛି ସହଯୋଗ । କରୋନା ଯୁଦ୍ଧରେ ମାସ୍କ ସବୁଠାରୁ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବାରୁ ଘରେ ମାସ୍କ ପ୍ରସ୍ତୁତ କରି ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ ଝିଅ । କେନ୍ଦ୍ରମନ୍ତ୍ରୀ ଏହା ଫଟୋ ସହ ଟ୍ୱିଟ୍ କରିବା ପରେ ଏହା ଏବେ ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ କରୁଛି ।
ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଏବଂ ଝିଅ ନୈମିଷା ଘରେ ସିଲେଇ ମେସିନରେ ମାସ୍କ ତିଆରି କରୁଛନ୍ତି । ସମ୍ପ୍ରତି କରୋନା ମୁକାବିଲା ବେଳେ ମାସ୍କର ସଂକଟ ଥିଲା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ମାସ୍କ ତିଆରି କରି ଅନ୍ୟମାନଙ୍କଚ ମଧ୍ୟ ଉତ୍ସାହିତ କରିଛନ୍ତି । ମାନବ ସମାଜର ଏ ବିପତ୍ତି ବେଳେ ସବୁବର୍ଗର ଲୋକ ନିଜ ସାଧ୍ୟ ଅନୁସାରେ ସହଯୋଗ କରିବାକୁ ଆଗେଇ ଆସିବାକୁ ଏ ଟ୍ୱିଟ୍ ବାର୍ତ୍ତା ଦେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ