ଆଜାଦୀ କା ଅମୃତ ମହୋତ୍ସବ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ଅର୍କଶ୍ରୀ ଆନୁକୂଲ୍ୟରେ ଉତ୍କଳଦିବସ ସମାରୋହ ପାଳନ ଅବସରରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ପରିପ୍ରେକ୍ଷୀରେ ଆଜାଦୀ କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ବୀର ମହାପୁରୁଷ ମାନଙ୍କ ଅମ୍ଲାନ କୀର୍ତର ସ୍ମୃତିଚାରଣ ନିମନ୍ତେ ୭୫ଗୋଟି ଦୀପ ପ୍ରଜ୍ବଳନ କରାଯାଇଥିଲା । ଅର୍କଶ୍ରୀ ଅନୁଷ୍ଠାନର ସମ୍ପାଦକ ଉମେଶ ଚନ୍ଦ୍ର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜାଦୀ କା ଅମୃତ ମହୋତ୍ସବ ଓ ଆମ ଐତିହ୍ୟ ଆମ କୋଣାର୍କ ଶୀର୍ଷକ କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ସଂସ୍କୃତି ଗବେଷକ ଡଃ ଉପେନ୍ଦ୍ର ନାଥ ଭୋଳ, ପ୍ରାକ୍ତନ ପ୍ରଧାନଶିକ୍ଷକ ବିଦ୍ଯାଧର ଜେନା, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ର ନାଥ ବାହିନୀପତି, ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର, ଗଂଗାଧର ବେହେରା, ପୂର୍ଣ୍ଣଚନ୍ଦ୍ର ଭୋଳ, ପ୍ରବୀର କୁମାର ସେନ ପ୍ରମୁଖ ଯୋଗ ଦେଇ ଭାରତ ସ୍ୱାଧୀନତାର ଦେଶ ମାତୃକା ନିମନ୍ତେ କିଭଳି ଭାବେ ନିଜ ଜୀବନ ଲଗାଇ ସେବା ପ୍ରଦାନ କରିଥିଲେ ତାହାର ଅଭିଜ୍ଞତାକୁ ମତବ୍ୟକ୍ତ କରିବା ସହ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ବୀର ମହାପୁରୁଷ ମାନଙ୍କ ଅମ୍ଲାନ କୀର୍ତର ସ୍ମୃତିଚାରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଆମ ଐତିହ୍ୟ ଆମ କୋଣାର୍କ ଶୀର୍ଷକ କାର୍ଯ୍ୟକ୍ରମରେ ବରିଷ୍ଠ ସଂସ୍କୃତି ଗବେଷକ ଡଃ ଉପେନ୍ଦ୍ର ନାଥ ଭୋଳ ଓ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ର ନାଥ ବାହିନୀପତି ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରି ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅର୍କଶ୍ରୀ ସଂଗଠନର ସଂଯୋଜକ ସୁରେଶ ଚନ୍ଦ୍ର ସ୍ୱାଇଁ, ସୁଷମା ସ୍ୱାଇଁ, ନିରଂଜନ ମଲ୍ଲିକ, କୃଷ୍ଣଚନ୍ଦ୍ର ପ୍ରଧାନ, ଧରିତ୍ରୀ ଚାଟାର୍ଜୀ, ମଂଜୁଲତା ସ୍ୱାଇଁ, ସୁଦୀପ୍ତା ମହାନ୍ତି, ବିଷ୍ଣୁପ୍ରିୟା ପାଇଟାଳ ଓ କୁନାଲ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଶିଶୁ କଳାକାର ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା ।


