କୋଣାର୍କ ହୋଟେଲ ଆସୋସିଏସନ୍ ପକ୍ଷରୁ ସ୍ବର୍ଗତ ବାଦଲ ଦାସ ଙ୍କ ଶ୍ରଦ୍ଧାଞ୍ଜଳି
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ହୋଟେଲ ଆସୋସିଏସନ୍ ପକ୍ଷରୁ ସ୍ବର୍ଗତ ବାଦଲ ଦାସ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ପ୍ରେମ୍ କନଫରେନ୍ସ ରେ ଅନୁଷ୍ଟିତ ହୋଇ ଯାଇଅଛି। ଏହି ସଭାରେ ହୋଟେଲ ଆସୋସିଏସନ୍ ର ସଭାପତି ସୁବାଷ ଚନ୍ଦ୍ର ନାୟକ ଙ୍କ ସମେତ ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ । ସ୍ବର୍ଗତ ଦାସ ଜଣେ ହୋଟେଲ ଶିଳ୍ପପତି ତଥା ଏକାଧାରାରେ ଜଣେ ନିର୍ଭିକ ସାମ୍ବାଦିକ, ସମାଜସେବୀ, ଦୃଢ଼ ସଙ୍ଗଠକ, କୋଣାର୍କ ଅଞ୍ଚଳର ସନଟେମ୍ପୁଲ ହୋଟେଲର ପ୍ରତିଷ୍ଠାତା, କୋଣାର୍କ ପ୍ରେସ କ୍ଲବ, କୋଣାର୍କ ସୁରକ୍ଷା ସମିତି, କୋଣାର୍କ ହୋଟେଲ ଆସୋସିଏସନର ସଭାପତି, ବହୁ ସଂଗଠନର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇଥିଲେ । ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ସଂରକ୍ଷଣ ଓ ପ୍ରତି ଶନିବାର ପ୍ରବେଶ ଛାଡ଼ ଦାବିରେ ଦୀର୍ଘ ୨୫ବର୍ଷ ହେଲା ଆନ୍ଦୋଳନ କରି ଆସୁଥିଲେ । ତାଙ୍କର ମୁତ୍ୟୁ ଖବର ପାଇ କୋଣାର୍କ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଆଜି ସନ୍ଧ୍ୟାରେ ହୋଟେଲ ଆସୋସିଏସନ୍ ପକ୍ଷରୁ ପ୍ରଦୀପ ପ୍ରଜ୍ଜଳନ କରିବା ସହ ତାଙ୍କ ପ୍ରତିଛବି ରେ ପୁଷ୍ପ ମାଲ୍ୟ ଦେଇ ତାଙ୍କର ଆତ୍ମାର ସଦଗତି କାମନା ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।


