କୋଦଳା ସବ ପୋଷ୍ଟ ଅଫିସରେ ଅବ୍ୟବସ୍ଥା ଅଭିଯୋଗ

କୋଦଳା, (ଗୁଲସନ କୁମାର କର): ଦିର୍ଘଦିନ ଧରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଥିବା ସବ ପୋଷ୍ଟ ଅଫିସରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ଜନ ସାଧାରଣ। କୌଣସି କାର୍ଯ୍ୟରେ ଏଠାକୁ ଗଲେ ତାହା ଠିକ ଭାବରେ ହେଉନଥିବା ଅଭିଯୋଗ ଆଣିଛନ୍ତି।ଏପରିକି ପୋଷ୍ଟ ମାଷ୍ଟର ମଧ୍ୟ ଅନେକାଂଶ ସମୟ ଉପସ୍ଥିତ ରହୁନାହାନ୍ତି। ଏହାକୁ ନେଇ ୧୩ ଟି ବ୍ରାଞ୍ଚ ଅଫିସ ରହିଛି , ଏବଂ ଏଠାକାର ପୋଷ୍ଟ ମାଷ୍ଟର ଶିବରାମ ପଣ୍ଡାଙ୍କୁ କୌଣସି ଅଭିଯୋଗ କଲେ ମଧ୍ୟ ସେ ଶୁଣୁନାହାନ୍ତି ଓ ମନମୁଖୀ କାର୍ଯ୍ୟ କରୁଛନ୍ତି ,ଯଦ୍ୱାରା ଏହି କରୋନା ମହାମାରୀ ବିପତ୍ତି ସମୟରେ ମଧ୍ୟ ସରକାରଙ୍କ ଏହି ସୁବିଧା ଦ୍ୱାରା ଲୋକ ଉପକୃତ ହୋଇପାରୁନାହାନ୍ତି। ଏପରିକି ପୋଷ୍ଟଲ ଅର୍ଡର(ଆଇ.ପି.ଓ) ମାଗିଲେ କିମ୍ବା ଅନ୍ୟ କୌଣସି ରେଜଷ୍ଟ୍ରି ପୋଷ୍ଟ କଲେ ମଧ୍ୟ ସେଟଲାଇଟ ଅସୁବିଧା ଥିବା ଓ ଜେନେରେଟର ଅସୁବିଧା କଥା କହୁଛନ୍ତି। ବର୍ତ୍ତମାନ ସମୟରେ କୌଣସି ପ୍ରକାରର ସାମଗ୍ରୀ କିମ୍ବା ଲେଟର ପଠାଇବାକୁ ହେଲେତାହା ସମ୍ଭବପର ହେଉନି ତେଣୁ ଗ୍ରାହକ ନିରାଶ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପୋଷ୍ଟଲ ସେବା ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ହୋଇଛି କିନ୍ତୁ ତା ପରିବର୍ତେ ଏଠି ବେଖାତିର ଭାବେ କାର୍ଯ୍ୟ ଚଳାଉଛନ୍ତି।ଏଣୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦେଖାଯାଉ ଏହାର ସମାଧାନ ସମ୍ପୂର୍ଣ୍ଣ ଭାବେ କେବେ ହେଉଛି ଯଦ୍ୱାରା ଲୋକମାନେ ଉପକୃତ ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ