ଫ୍ଲୋରିଡ଼ାରେ ବିଗୁଡ଼ୁଛି କରୋନା ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଫ୍ଲୋରିଡ଼ାରେ ରେକର୍ଡ ୧୫ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୈନିକ ନୂଆ ସଂକ୍ରମଣ ମାମଲାରେ ଫ୍ଲୋରିଡ଼ା, ଆମେରିକା, ବ୍ରାଜିଲ୍‌ ଏବଂ ଭାରତ ପରେ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ୟୁରୋପୀୟ ରାଷ୍ଟ୍ରରେ କରୋନା ମହାମାରୀ ଶୀର୍ଷରେ ପହଞ୍ଚିବା ସମୟରେ ବି ଫ୍ଲୋରିଡ଼ା ଭଳି ଦୈନିକ ସଂକ୍ରମଣ ସେତେ ଅଧିକ ନଥିଲା। ଏପରିକି ନ୍ୟୁୟର୍କ ଆମେରିକାର କରୋନା କେନ୍ଦ୍ରସ୍ଥଳ ହୋଇଥିଲେ ବି ଏପ୍ରିଲ୍‌ ୧୦ ତାରିଖରେ ନ୍ୟୁୟର୍କ‌େନରେ ସର୍ବାଧିକ ୧୨ ହଜାର ୮୪୭ ମାମଲା ଚିହ୍ନଟ ହୋଇଥିଲା। ଆମେରିକାର ୩୫ ଟି ପ୍ରଦେଶରେ ସଂକ୍ରମଣ ବଢ଼ି ଚାଲିଛି। ଆମେରିକାରେ ଗତକାଲି ମଧ୍ୟ ପୁଣି ପାଖାପାଖି ୬୦ ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ଫ୍ଲୋରିଡ଼ାର ଦୈନିକ ନୂଆ ସଂକ୍ରମଣ ଏବେ ଆମେରିକା ପାଇଁ ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷେ ଲାଟିନ୍‌ ଆମେରି୍ଟ୍ର ମେକ୍ସିକୋରେ କରୋନା ମୃତ୍ୟୁସଂଖ୍ୟା ୩୫ ହଜାର ଟପିଯାଇଛି। ଇଟାଲି ମୃତ୍ୟୁସଂଖ୍ୟାକୁ ମଧ୍ୟ ମେକ୍ସିକୋ ଟପିଯାଇଛି ଏବଂ ବିଶ୍ବରେ ସର୍ବାଧିକ କରୋନା ମୃତ୍ୟୁସଂଖ୍ୟା କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି। ମେକ୍ସିକୋରେ ରବିବାର ୨୭୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪,୪୮୨ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ମେକ୍ସିକୋରେ ମୃତ୍ୟୁସଂଖ୍ୟା ୩୫ ହଜାରରୁ ଅଧିକ ଥିବାବେଳେ ଇଟାଲିରେ ଏହା ୩୪ ହଜାର ୯୫୪ ରହିଛି। ବ୍ରାଜିଲ୍‌ରେ କରୋନା ମୃତ୍ୟୁସଂଖ୍ୟା ୭୨ ହଜାର ଟପିଯାଇଛି। ତେବେ ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୧ କୋଟି ୩୦ ଲକ୍ଷ ୮୧ ହଜାର ଟପିଯାଇଛି ଏବଂ ୫ ଲକ୍ଷ ୭୨ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ତେବେ ଗତକାଲି ୨ ଲକ୍ଷରୁ କମ୍‌ ନୂଆ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ବିଶ୍ବରେ ମୋଟ୍‌ ୫୮ ହଜାର ୭୧୧ ଜଣ ‌ରୋଗୀ ଅତ୍ୟନ୍ତ ଗୁରୁତର ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ