କୋଭିଡ୍‌-୧୯ ନିଯୁକ୍ତ ଏଏନ୍‌ଏମ୍‌ମାନଙ୍କୁ ପଦବୀରୁ ବାହାର ନ କରି ସରକାର ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ : ଏ.ଏନ୍‌.ଏମ୍ ଆସୋସିଏସନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ଏକ ବିଶାଳ ରାଲି ରାମ ମନ୍ଦିର ଠାରୁ ବାହାରି ଲୋୟର ପିଏମ୍‌ଜି ଠାରେ ସମବେତ ହୋଇ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଗତ ମାର୍ଚ୍ଚ ମାସଠାରୁ ବିଭିନ୍ନ ସମୟରେ ଦୁଇଟି ପର୍ଯ୍ୟାୟରେ ଏ.ଏନ୍‌.ଏମ୍‌ମାନଙ୍କୁ ନୂତନ ଭାବେ କୋଭିଡ଼ କେୟାର ହୋମ୍ ଏବଂ କୋଭିଡ଼ କେୟାର ସେଣ୍ଟର କରି ଅସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିଲେ । ଯେତେବେଳେ ଭାରତବର୍ଷର ଲୋକେ କରୋନା ଭୟରେ ନିଜକୁ ଗୃହବନ୍ଦୀ କରି ରହୁଥିଲେ, ସେତେବେଳେ ଲୋକମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ପାଇଁ ଘର ଘର ବୁଲି ନମୂନା ସଂଗ୍ରହ, ଟ୍ରାକିଙ୍ଗ ସଚେତନତା ଠାରୁ ଆରମ୍ଭ କରି ବିଦେଶ ଫେରନ୍ତା ଲୋକମାନଙ୍କୁ ବିଭିନ୍ନ ପଞ୍ଚାୟତସ୍ତରୀୟ ସିସିଏଚ୍ ଗୁଡ଼ିକରେ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ସେବା ଯୋଗାଇ ଆସୁଥିଲେ । ସରକାରଙ୍କ ଅଜବ ନୀତି ଏବେବି କୋଭିଡ଼ ଭୟବହତା ଚାଲିଥିଲେ ମଧ୍ୟ ଆମ୍ଭମାନଙ୍କୁ ଅନେକ ସମୟରେ ସରକାରୀ ନୀତି ନିୟମରେ ମଳିଥିବା ଦୈନିକ ଠିକା କାର୍ଯ୍ୟରୁ ମଧ୍ୟ ଛଟେଇ କଲେ । ଖାଦ୍ୟ ସୁରକ୍ଷା ପରିବେର୍ତ୍ତ ଆମ ପେଟରୁ ଖାଦ୍ୟ ଛଡ଼ାଇ ନେଲେ । ଆମ ପରିବାରକୁ ରାଜରାସ୍ତାରେ ଠିଆ କରାଇଦେଲେ । ଏବେ ରାଜ୍ୟରେ ବିଭିନ୍ନ ବର୍ଗର ନିଯୁକ୍ତକୁ ଗ୍ରେଡ଼େସନ ଏବଂ ସ୍ଥାୟୀ ନିଯୁକ୍ତ କରୁଥିବା ବେଳେ ଆମ ଏ.ଏନ୍‌.ଏମ୍‌ମାନଙ୍କୁ ଚାକିରୀରୁ ବାହାର କରୁଛନ୍ତି । ଗତ ୨୭.୧୧.୨୦୨୦ରିଖରେ ନର୍ସିଂ ଷ୍ଟାପ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଆମ ଏ.ଏନ୍‌.ଏମ୍ ମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର ଯଥାର୍ଥ କି? ବହୁ ଦୁଃଖ କଷ୍ଟରେ ଏ.ଏନ.ଏମ୍ ତାଲିମ ପାଇବା ପରେ ଦୀର୍ଘବର୍ଷ ଘରେ ବସି ଆମ୍ଭେ ମାନସିକ ଦୁଶ୍ଚିନ୍ତାରେ ଥିଲୁ । କୋଭିଡ଼ ପାଇଁ ନିଯୁକ୍ତି ମିଳିବାରୁ ଆମ୍ଭେ ଜୀବନ ଜୀଇଁବା ଆରମ୍ଭ କରିଥିଲୁ । କିନ୍ତୁ ରାଜ୍ୟ ସରକାର ଆମ ଠାରୁ ଆମ୍ଭ ବଂଚିବା ଛଡ଼େଇ ନେଇଛନ୍ତି । ନିଜ ପେଟ ପାଇଁ ନେତା, ମନ୍ତ୍ରୀ ଓ ଅଫିସର ନିଜର ଦରମା ବୃଦ୍ଧି ପାଇଁ ଏକାଠି ହୋଇ କ୍ୟାବିନେଟରେ ନିଷ୍ପତ୍ତି ନେଇଯାଉଛନ୍ତି । ଆମ ଏ.ଏନ୍‌.ଏମ୍‌ମାନଙ୍କୁ ସାବତ ବ୍ୟବହାର କରୁଛନ୍ତି । ଆଉ ବେଶୀଦିନ ବରଦାସ୍ତ କରିବୁ ନାହିଁ, ରାଜରାସ୍ତାରେ ଲଢେଇ କରିବୁ ।
ଗତବର୍ଷ ୧୫ ହଜାର ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆଜି ସ୍ଥାୟୀ ନିଯୁକ୍ତ ନଦେଇ ଠିକା କାର୍ଯ୍ୟରୁ ମଧ୍ୟ ବାହା କରିଦେଇଛନ୍ତି । ଏଭଳି ମିଥ୍ୟା ପ୍ରବଚନା ଆଉ କେତେ ଦିନ? ଆମର ଦାବିଗୁଡ଼ିକ ସରକାର ନମାନିଲେ ଆମ୍ଭେ ହରତାଳ କରିବୁ । ଆବଶ୍ୟକ ପଡ଼ିଲେ ପ୍ରତି ବିଧାୟକ, ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଘର ଆଗରେ ଅନଶନରେ ବସିବୁ, ଏଥିପାଇଁ ସରକାର ଦାୟୀ ରହିବେ ।
ଆମ୍ଭର ଦାବୀ :
୧. ସମସ୍ତ ସିସିଏଚ୍ ଗୁଡ଼ିକରୁ ଠିକା ଚାକିରୀରୁ ବାହାର କରିଥିବା ଏ.ଏନ୍‌.ଏମ୍ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ।
୨. ସିସିଏଚ୍ ଏବଂ ସିସିସି ବିଭକ୍ତ ନକରି ସମସ୍ତ କୋଭିଡ଼-୧୯ରେ ନିଯୁକ୍ତ ସମସ୍ତ ଏ.ଏନ୍‌.ଏମ୍‌ମାନଙ୍କୁ ତୁରନ୍ତ ସ୍ଥାୟୀ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦିଆଯାଉ ।
୩. ଇଣ୍ଡିଆନ ପବ୍ଲିକ ହେଲ୍‌ଥ ଷ୍ଟାଣ୍ଡାର୍ଡ଼ ଏବଂ ଏନ୍‌ଏଚ୍‌ଏମ୍ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ନଗର ପାଳିକା ଅଞ୍ଚଳରେ ପ୍ରତି ୩୦୦୦ରୁ ୫୦୦୦ ଜନସଂଖ୍ୟ ସାନ୍ଧ୍ରତାରେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରନ୍ତୁ ।
୪. ବିଭିନ୍ନ ସିଏଚ୍‌ସି, ପିଏଚ୍‌ସି. ସବ୍‌ସେଣ୍ଟର, ସବଡ଼ିଷ୍ଟ୍ରିକ୍ଟ ସେଣ୍ଟର ଏବଂ ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକ ଖାଲି ପଡ଼ିଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ କରନ୍ତୁ ।
୫. ଉନ୍ନତ ସ୍ୱାସ୍ଥ୍ୟସେବା ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳ ଗୁଡ଼ିକରେ ପହଞ୍ଚାଇବା ପାଇଁ ଆବଶ୍ୟକସ୍ଥଳେ ନୂତନ ଡ଼ାକ୍ତରଖାନା ନିର୍ମାଣ କରି ସମସ୍ତ ଏ.ଏନ୍‌.ଏମ୍‌.ମାନଙ୍କୁ ନିଯୁକ୍ତ ପ୍ରଦାନ କରନ୍ତୁ ।
ଏ ସମସ୍ତ ଦାବୀ ତୁରନ୍ତ ପୂରଣଣ କରିଲେ ଆଗାମୀ ଦିନରେ ସରକାର, ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ଘରୁ ବାହାର କରିଦେବୁ ନାହିଁ ବୋଲି ରାଜ୍ୟ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡେଇସିଂହ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ବିଶାଳ ରାଲିରେ ସଭାପତି ବିଷ୍ଣୁପ୍ରିୟ ଖଣ୍ଡେଇ, ଶକୁନ୍ତଳା ତରାଇ, କନକଲତା ବେହେରା, ମଧୁସ୍ମିତା ବେହେରା, ଚିତ୍ରକଳା ରାଉତ, ଦିପାଳୀ ମଲ୍ଲିକ ଏବଂ ରାଜ୍ୟର ବିଭିନ୍ନ ବ୍ଲକରୁ ଏଏନ୍‌ଏମ୍‌ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ