ବାଲିକୁଦାର ଭବିଷ୍ୟତ ସୌମ୍ଯଜୀତ୍; ସାରା ଜିଲ୍ଲାରେ ଚର୍ଚ୍ଚା
ଜଗତସିଂହପୁର, (ଅନସୂୟା ରାଉତ): ନବନିଯୁକ୍ତ ଜଗତସିଂହପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭାବେ ସୌମ୍ଯଜୀତ୍ ମହାପାତ୍ର ମନୋନୀତ ହୋଇଛନ୍ତି । ତାଙ୍କ ଘର ବାଲିକୁଦା ବାଲିସାହି । ଛାତ୍ର ଜୀବନରୁ ଜଣେ ପରୋପକାର ମିଷ୍ଟଭାଷୀ ସରଳ ଛାତ୍ର ଭାବେ ଶିକ୍ଷକ କର୍ମଚାରୀ ଓ ବରିଷ୍ଠ କନିଷ୍ଠ ଛାତ୍ର ଛାତ୍ରୀ ମାନଙ୍କ ପ୍ରିୟ ଥିଲେ । ଛାତ୍ର ଜୀବନରୁ ସେ ରାଜନୀତିରେ ପ୍ରବେଶ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ସେ ଛାତ୍ର ସଂସଦ ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଜଣାପଡିଛି । ଆଜି ଜଗତସିଂହପୁର ଜିଲ୍ଲାର ଯୁବ ବିଜେଡି ସଭାପତି ଭାବେ ଦାୟିତ୍ୱ ନେବା ପରେ ଜିଲ୍ଲା ଗାନ୍ଧୀ ଛକ ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାର ବିଭିନ୍ନ ଦେବା ଦେବୀଙ୍କ ପୀଠରେ, ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତୁଳସୀ ଦୁଇପତ୍ରରୁ ବାସିବା ପରି ତାଙ୍କର ଉଜ୍ଜ୍ବଳ ରାଜନୈତିକ ଭବିଷ୍ୟତ ଉପରେ ଏବେ ଜିଲ୍ଲାବାସୀଙ୍କ ନଜର ରହିଛି । ଏବେ ବାଲିକୁଦା ଅଞ୍ଚଳର ସୁଯୋଗ୍ୟ ସନ୍ତାନ ଭାବେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ରହିଛନ୍ତି । ଜଗତସିଂହପୁର ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ରହିଛନ୍ତି । ପରେ ପରେ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ସୌମ୍ଯଜୀତ୍ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହିତ ବାଲିକୁଦାର ଗୌରବ ବୃଦ୍ଧି କରିଛନ୍ତି।


