କୋଭିଡ଼୍‍ ଯୋଦ୍ଧାଙ୍କ ଚିକିତ୍ସାରେ ସହାୟତା ପାଇଁ ଝିଅ-ଭାଇର ଆକୁଳ ନିବେଦନ ଘଟଣା; ସହାୟତା ଯୋଗାଡ ପାଇଁ ସାମିଲ୍‍ ହେଲା ଟିମ୍‍ ହ୍ୟୁମାନିଟି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣପାଦ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚୁକ୍ତି ଭିତିକ ଏଏନ୍‍ଏମ୍‍ ଭାବେ କାର୍ଯ୍ୟ କରିବା ସମୟରେ କରୋନା ଆକ୍ରାନ୍ତ ହୋଇଥିବା କରୋନା ଯୋଦ୍ଧା ଗାୟତ୍ରୀ ଦାସ ପ୍ରଥମେ ଫୁଲବାଣୀ କୋଭିଡ଼୍‍ ମେଡ଼ିକାଲରେ ଚିକିତ୍ସିତ ପରେ ଅଧିକ ଚିିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କୋଭିଡ଼୍‍ ମେଡ଼ିକାଲ୍‍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ପରେ କରୋନାରୁ ମୁକ୍ତ ହୋଇଥିଲେ ମଧ୍ୟ ଅନ୍ୟ କେତେକ ରୋଗରେ ସେ ସଂକ୍ରମିତ ହୋଇ ବର୍ତ୍ତମାନ ଗୁରୁତର ଅଛନ୍ତି। ବର୍ତ୍ତମାନ ସେ ଏକ ବେସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗତ କିଛିଦିନ ହେଲା ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଛି। ପ୍ରତ୍ୟେକ ଦିନ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜଣେ ଚୁକ୍ତି ଭିତିକ ଏଏନ୍‍ଏମ୍‍ଙ୍କ ପରିବାର ପାଇଁ ଏତେ ଅର୍ଥ ଖର୍ଚ୍ଚ କରିବା ସମ୍ଭବନୁହେଁ। ଆର୍ଥିକ ସ୍ଥିତିରେ ବର୍ତ୍ତମାନ ପରିବାର ବର୍ଗ ଚିନ୍ତିତ ଥିବା ବେଳେ ଅର୍ଥ ନଥିବା ଯୋଗୁଁ ଅଧିକ ଚିକିତ୍ସା କରିବା ମଧ୍ୟ ସମ୍ଭବ ହେଉନାହିଁ। ଏଭଳି ସ୍ଥଳେ ନିଜ ଭଉଣୀର ଚିକିତ୍ସା ପାଇଁ ପ୍ରଶାସନିକ ସ୍ତରରେ ସହଯୋଗର ହାତ ବଢାଇବା ପାଇଁ ଗାୟତ୍ରୀଙ୍କ ଭାଇ ରାଜ କିଶୋର ଦାସ କନ୍ଧମାଳ ଜିଲା ପ୍ରଶାସନ ନିକଟରେ ନିବେଦନ କରି ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଗାୟତ୍ରୀଙ୍କ ଝିଅ ମଧ୍ୟ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି କନ୍ଧମାଳ ଟିମ୍‍ ହ୍ୟୁମାନିଟିର ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ବହୁ ସଦସ୍ୟ ଗାୟତ୍ରୀଙ୍କ ଘରେ ଥିବା ଝିଅକୁ ସାକ୍ଷାତ କରି ପ୍ରାଥମିକ ପର୍ଯ୍ୟାୟରେ ସଦସ୍ୟମାନଙ୍କ ଦ୍ୱାରା ଆଦାୟ ହୋଇଥିବା ୧୦ ହଜାର ଟଙ୍କାର ଆର୍ଥିକ ସହଯୋଗ କରିବା ସହିତ ଏହି ଅଭିଯାନରେ ନିଜେ ଟିମ୍‍ ହ୍ୟୁମାନିଟି ସାମିଲ୍‍ ହୋଇ ଚିକିତ୍ସା ପାଇଁ ଅର୍ଥ ଯୋଗାଡ ପାଇଁ ଆରମ୍ଭ କରିଛନ୍ତି ଅଭିଯାନ। ଇତି ମଧ୍ୟରେ ଗାୟତ୍ରୀଙ୍କ ସାଙ୍ଗସାଥି ଓ ଅନ୍ୟମାନେ କେତେକ ସହାୟତାର ହାତ ବଢାଇଥିବା ବେଳେ ପ୍ରଶାସନ ମଧ୍ୟ ଏଥିରେ ହସ୍ତକ୍ଷେପ କରି ଜଣେ କରୋନା ଯୋଦ୍ଧାଙ୍କ ଚିକିତ୍ସାରେ ସହାୟକ ହେବା ପାଇଁ ବିଭିନ୍ନ ମହଲରେ ମଧ୍ୟ ଅନୁରୋଧ କରାଯାଇଛି। ବର୍ତ୍ତମାନ ଗାୟତ୍ରୀ ଭୁବନେଶ୍ୱରର ଏକ ବେସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପାଖରେ ସ୍ୱାମୀ ଓ ନିଜ ଭାଇ ଉପସ୍ଥିତ ରହି ତଦାରଖ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ