କ୍ରିକେଟ୍‌ ନୁହେଁ, କରୋନାର ସମୟ ଇଏ, ଆବେଗ ନୁହେଁ, ଏହା ପ୍ରତ୍ୟୟର ସମୟ: ବାଗ୍‌ଚୀ

ଭୁବନେଶ୍ବର: ଆଜି କରୋନା ଅପଡେଟ୍‌ ନେଇ ସୂଚନା ଦେଇଛନ୍ତି କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ କହିବା ସହିତ କେତେକ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଥିବା ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ସମ୍ପର୍କରେ ସୂଚାନ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସଂକ୍ଷେପରେ ଜଣାଇଛନ୍ତି ବାଗ୍‌ଚୀ।
କରୋନାର ଅପଡେଟ୍‌ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି ଯେ, ଭାରତୀୟ କରୋନା ସଂକ୍ରମିତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ୧୬ତମ ରହିଛି। ଆଜି ସକାଳ ସୁଦ୍ଧା ୨୮୪୧ଟି ନମୁନା ପରୀକ୍ଷା ହୋଇଥିବାବେଳେ ପଜିଟିଭି ବ୍ୟକ୍ତିଙ୍କ ସଂଖ୍ୟା ୪୪ ରହିଛି। ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ଦୁଇଜଣ। ଜଣେ ଏହି ରୋଗରେ ମୃତ୍ୟୁ ବରଣ କରିଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୧ ରହିଛି। ସେହିପରି କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ଅଛନ୍ତି ୧୦୬ଜଣ। ଏହି ପ୍ରେସ୍‌ ମିଟ୍‌ରେ ଆଜି କୋଭିଡ୍‌ ହସ୍ପିଟାଲ୍‌ ସମ୍ପର୍କରେ ମଧ୍ୟ ସମ୍ୟକ୍‌ ଧାରଣା ଦେଇଛନ୍ତି ବାଗ୍‌ଚୀ। ରାଜ୍ୟରେ ରହିଥିବା ୭ଟି ହସ୍ପିଟାଲ ଓ ଆଉ ଗୋଟିଏ ହସ୍ପିଟାଲ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲ୍‌ଗୁଡିକ ମଧ୍ୟରେ ରହିଛି କଟକର ୧୦୦ ଶଯ୍ୟା ବିଶିଷ୍ଟ ଅଶ୍ବିନୀ ହସ୍ପିଟାଲ। ଯାଜପୁରର ୧୫୦ ଶଯ୍ୟା ବିଶିଷ୍ଟ ଟାଟା ହସ୍ପିଟାଲ, କେଉଁଝର ଯୋଡାର ୫୦ ଶଯ୍ୟା ବିଶିଷ୍ଟ ଟାଟା ହସ୍ପିଟାଲ, ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ ରୂପେ ରହିଛି। ୪୫୭ ଶଯ୍ୟା ବିଶିଷ୍ଟ କିମସ୍‌ ମେଡ଼ିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ସମ୍‌ ହସ୍ପିଟାଲ୍‌ ଭୁବନେଶ୍ବର ସେହିପରି ୪୦ ଶଯ୍ୟା ବିଶିଷ୍ଟ ପୁରୀର ଆଇଡିଏଚ୍‌ ହସ୍ପିଟାଲ୍‌, ସୁନ୍ଦରଗଡର ୨୦୦ ଶଯ୍ୟା ବିଶିଷ୍ଟ ହାଇଟେକ୍‌ ମେଡ଼ିକାଲ କଲେଜ, ରାଉରକେଲା, ଗଜପତିରେ ୧୦୦ ଶଯ୍ୟା ବିଶିଷ୍ଟ ସିୟୁଟିଏମ୍‌ ହସ୍ପିଟାଲ୍‌ ରହିଛି ବୋଲି କହିଛନ୍ତି ବାଗ୍‌ଚୀ।
ଆଜିର ଏହି ପ୍ରେସ୍‌ ମିଟ୍‌ରେ ଜନହିତ ଦୃଷ୍ଟିରୁ କେତୋଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ସୂଚନା ଦେଇଛନ୍ତି ବାଗ୍‌ଚୀ। କୋଭିଡ୍‌ -୧୯ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ ବୋଲି କହିଛନ୍ତି ସୁବ୍ରତ ବାଗ୍‌ଚୀ। ଏହା ଦିନିକିଆ ବା ଆଇପିଏଲ୍‌ ମ୍ୟାଚ୍‌ ନୁହେଁ ବୋଲି କହିଛନ୍ତି ବାଗ୍‌ଚୀ। ଗଣମାଧ୍ୟମକୁ ଆଜି ପାଠ ପଢାଇଛନ୍ତି ସୁବ୍ରତ ବାଗ୍‌ଚୀ। କ୍ରିକେଟ୍‌ ନୁହେଁ, କରୋନା ସମୟ ଇଏ, ଆବେଗ ନୁହେଁ, ପ୍ରତ୍ୟୟର ସମୟ ବୋଲି କହିଛନ୍ତି ବାଗ୍‌ଚୀ। ସରକାର ଆପଣଙ୍କୁ ସଠିକ୍‌ ଖବର ସଠିକ୍‌ ସମୟରେ ନିଶ୍ଚିତ ଭାବରେ ପହଞ୍ଚାଇବେ। ଆପାତକାଳୀନ ସମୟରେ ଘଟଣାଟି ଘଟିବା ସମୟରେ ମିଳିବ ବୋଲି କହିହେବ ନାହିଁ। ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଦରକାର ହେବ ସେଠାରେ ବ୍ୟକ୍ତିଗତ ବିବରଣୀ ଦିଆଯିବ ବୋଲି ବାଗ୍‌ଚୀ କହିଛନ୍ତି। ଯେଉଁଠି ଜନହିତ ନାହିଁ, ସେଠି ବ୍ୟକ୍ତିଗତ ବିବରଣୀ ଦେବୁ ନାହିଁ ବୋଲି କହିଛନ୍ତି ବାଗ୍‌ଚୀ। ଏଥିପାଇଁ ସମାଲୋଚନା, ସମୀକ୍ଷା କରିବାର କିଛି ଆବଶ୍ୟକତା ନାହିଁ। କରୋନା ହସ୍ପିଟାଲ ଆଗରେ ଓବି ଭ୍ୟାନ୍‌ ଠିଆ କରାଇବା ସମୟ ଇଏ ନୁହେଁ ବୋଲି କହିଛନ୍ତି ବାଗ୍‌ଚୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ