ଲକ୍ ଡାଉନ୍ ପ୍ରଭାବ ପନିପରିବା ନଷ୍ଟ
କଳାହାଣ୍ଡି:ମହାମାରୀ କରୋନା ମୁକାବିଲା ପାଇଁ ଚାରିଆଡେ ଲକ୍ ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି ଏପରି ସ୍ଥିତି ରେ ଚାଷୀ ମାନଙ୍କ ପାଇଁ ଲକ୍ ଡାଉନ୍ ସାଜିଛି ବାଧକ ଦୋକାନ ବଜାର ବନ୍ଦ ଯୋଗୁଁ ବିକ୍ରି ନ ହୋଇ ବିଲ ରେ ସଢ଼ୁଛି ପନିପରିବା ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ର ପନିପରିବା ଚାଷୀ ଚାଷ କାମ ଯାହାର କେତେ ଦୁଃଖ ତାହାର କେତେବେଳେ ବର୍ଷା ଯୋଗୁଁ ଚାଷ ନଷ୍ଟ ତ ଆଉ କେତେବେଳେ ରୋଗ ପୋକ ଯୋଗୁଁ ଚାଷ ନଷ୍ଟ ହେଉଥିବା ବେଳେ ଏବେ ଲକ୍ ଡାଉନ୍ ଯୋଗୁଁ ପନିପରିବା ନଷ୍ଟ ହୋଇଛି ଧାର କରଜ କରି ଏହି ଅଞ୍ଚଳ ର ଚାଷୀ ମାନେ ବାଇଗଣ, ଟମାଟୋ କାକୁଡି, ତରଭୁଜ କଲରା, ବିନସ ଆଦି ଚାଷ କରିଥିଲେ ପ୍ରଥମେ ଦିନକ ପାଇଁ ପରେ ଲଗାତାର ଦଶ ଦିନ ଧରି ଲକ୍ ଡାଉନ୍ ଯୋଗୁଁ ଚାଷୀ ଙ୍କ ନିଦ ହଜି ଯାଇଛି ଗାଁ ଗାଁ ବୁଲି ଲୋକଙ୍କ ଘର ବିକ୍ରି ପାଇଁ ଉଦ୍ୟମ କରିଥିଲେ ବି ଭୟ ରେ କେହି କିଣି ବାକୁ ମନା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ ଗୋଟିଏ ପଟେ ଲକ୍ ଡାଉନ୍ ଅନ୍ୟ ପଟେ ପନିପରିବା ନଷ୍ଟ ଆହୁରି ଯଦି ଲକ୍ ଡାଉନ୍ ଜାରି ରହେ ତାହେଲେ ଆଗକୁ ପନିପରିବା ଅଭାବ ସାଂଗକୁ ଚାଷୀ ଙ୍କ ସମସ୍ୟା ଦୁଇ ଗୁଣିତ ହେବା ସୁନିଶ୍ଚିତ ଏପରି ସ୍ଥିତି ଆଗକୁ ଲାଗି ରହିଲେ ଚାଷୀଙ୍କ ଉପରେ ବୋଝ ଉପରେ କୋରଡ ମାଡ଼ ସଦୃଶ ହେବା ବେଳେ ସରକାର ସହାୟତା ଦେବାକୁ ଚାଷୀମାନେ ଦାବି କରିଛନ୍ତି


