ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଇବେ ବରୁଣ ଧୱନ

କରୋନା ମୁକାବିଲା ନିମନ୍ତେ ବଲିଉଡ ଦୁନିଆରୁ ଆରମ୍ଭ କରି ଉଦ୍ୟୋଗ ଦୁନିଆ ପର୍ଯ୍ୟନ୍ତ ଅନେକ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହି କ୍ରମରେ ବଲିଉଡ ଅଭିନେତା ବରୁଣ ଧୱନ ମଧ୍ୟ ସାମିଲ ହୋଇଛନ୍ତି । କରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ନିରାଶ୍ରୟ ଦିନ ମଜୁରିଆଙ୍କୁ ବରୁଣ ଖାଦ୍ୟ ଯୋଗାଇବେ ବୋଲି ସୂଚନା ଦେଇଛନ୍ତି । ଏକ ଟ୍ୱିଟ ଯୋଗେ ସେ କହିଛନ୍ତି, ଲକଡାଉନ ପ୍ରତ୍ୟେକ ଦିନ ବିତିବା ସହ ଯେଉଁ ଲୋକମାନଙ୍କ ପାଖେ ଘର ନାହିଁ ଖାଇବାକୁ ଖାଦ୍ୟ ନାହିଁ ସେମାନଙ୍କ କଥା ଭାବି ମୋତେ ବିଚଳିତ ଲାଗୁଛି । ଏଣୁ ସେମାନଙ୍କ କର ଖାଦ୍ୟ ବ୍ୟବସ୍ଥା ମୁଁ ବୁଝିବି ବୋଲି ନିଷ୍ପତ୍ତି ନେଇଛି । ନିଜ ଜୀବନକୁ ବାଜି ଲଗାଇ ରୋଗୀମାନଙ୍କର ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ନିମନ୍ତେ ମଧ୍ୟ ବରୁଣ ଚିନ୍ତାବ୍ୟକ୍ତ କରିଛନ୍ତି । ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀମାନେ ଅନେକ ଦିନ ଧରି ଘରଠାରୁ ଦୂରେଇ ରହିଥିବା କାରଣରୁ ବରୁଣ ସେମାନଙ୍କ ନିକଟରେ ଖାଦ୍ୟ ଉପଲବ୍ଧ କରିବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ