ଭୂତଙ୍କ ମେଳା

ମେଳା ତ ଅନେକ ରହିଥାଏ । ମେଳାକୁ ଆକର୍ଷଣୀୟ କରିବା ପାଇଁ କେତେକ ସ୍ଥାନରେ ଗୋରୁଗାଈ ତ ଆଉ କେଉଁଠି କଣ୍ଢେଇ, ଖେଳନାମାନ ବିକ୍ରି କରାଯାଇଥାଏ । ହେଲେ ଭୂତମାନଙ୍କୁ ନେଇ କେବେ କୋ÷ଣସି ମେଳା ହେଉଥିବା ବିଷୟରେ ଶୁଣିଛନ୍ତି । କିନ୍ତୁ ଏପରି ଏକ ମେଳା ମିର୍ଜାପୁରର କୋହରୋରାର ବରହି ଗ୍ରାମରେ ବେଚୁବୀର ବାବାଙ୍କ ସମାଧି ଉପରେ ହୋଇଥାଏ । ଏହି ମେଳାରେ ଭୂତ, ପ୍ରେତ ଏବଂ ଡାହାଣୀମାନଙ୍କର ମେଳା ହୋଇଥାଏ । ଅନ୍ଧବିଶ୍ୱାସ ସହିତ ଜଡ଼ିତ ଏହି ମେଳାରେ ଭୂତପ୍ରେତଙ୍କ ପ୍ରକୋପରୁ ଲୋକମାନଙ୍କୁ ମୁକ୍ତି ଦିଆଯାଇଥାଏ । ଅନ୍ଧବିଶ୍ୱାସର ଏ ସମସ୍ତ ଖେଳ ସ୍ଥାନୀୟ ପୋଲିସ କର୍ମ•ରୀମାନଙ୍କ ସାମ୍ନାରେ ହୋଇଥାଏ । ଏହି ମେଳା ୩୫୦ବର୍ଷରୁ ହୋଇଆସିଲାଣି । ଅନ୍ଧବିଶ୍ୱାସର ଏହି ମେଳାରେ ଅଭିଯୋଗ ନେଇ ମଣିଷମାନେ ଆସିଥାନ୍ତି । ଯଦି କୋ÷ଣସି ବ୍ୟକ୍ତିଙ୍କ ଉପରେ ଭୂତ କିମ୍ବା ପ୍ରେତଙ୍କର ପ୍ରଭାବ ରହିଥାଏ ତେବେ ତାଙ୍କୁ ଏହି ସଂକଟରୁ କେବଳ ବେଚୁବିର ବାବା ହିଁ ମୁକ୍ତ କରିପାରିବେ । ଏଠାକୁ ଅନେକ ଦୂର ଦୂରାନ୍ତରୁ ଲୋକମାନେ ଚିକିତ୍ସା କରିବା ପାଇଁ ଆସିଥାନ୍ତି । ବେଚୁ ବାବାଙ୍କ ସମାଧିର ଦେଖାଶୁଣା ତାଙ୍କର ଏହି ଛଅ ବଂଶଜ କରିଥାନ୍ତି । ଏଠାରେ ଭୂତପ୍ରେତଙ୍କ ବ୍ୟତୀତ ନିଃସନ୍ତାନ ଲୋକମାନେ ମଧ୍ୟ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ