ଖାଇବା ତେଲ ଦର ବୃଦ୍ଧି ବିରୋଧରେ ସ୍ମାରକପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଋଷ-ୟୁକ୍ରେନ ଯୁଦ୍ଧକୁ ଆଳ କରି ବ୍ୟବସାୟୀମାନେ ଖାଇବା ତେଲ ଦରରେ ଅହେତୁକ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଖଟିଖିଆ ଦିନମଜୁରିଆମାନେ ହଇରାଣ ହରକତ ହେଉଛନ୍ତି । କାରଣ ଖାଇବା ତେଲ ଲିଟର ପିଛା ୪୦ରୁ ୫୦ ଟଙ୍କା ବୃଦ୍ଧି ପାଇଛି । ପ୍ରଶାସନ ପଦକ୍ଷେପ ନେଲେ ଏହାକୁ ରୋକି ପାରିବ । ଏ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ସେଲ ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ ପୀତାମ୍ବର ସାମଲଙ୍କୁ ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ôରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡ଼ାରେ ଥିବା ବିଭିନ୍ନ ମଲ ଉପରେ ଚଢାଉ କରାଗଲେ ପ୍ରକୃତ କଥା ପଦାକୁ ଆସିପାରିବ । କାରଣ ମଲ ମାଲିକମାନେ ତେଲକୁ ଲୁଚାଇ ମହଜୁଦ କରି ରଖୁଛନ୍ତି । ଏହାଦ୍ୱାରା ବଜାରରେ ତେଲର କୃତ୍ରିମ ଅଭାବ ସୃଷ୍ଟି କରାଯାଇ ଚଢା ଦରରେ ତେଲ ବିକ୍ରି କରୁଛନ୍ତି । ଓବିସି ସେଲ ପକ୍ଷରୁ ଆଇନ୍‌ଜୀବୀ ବିଧୁଭୂଷଣ ମହାପାତ୍ର ଓ ରାଜ୍ୟ କଂଗ୍ରେସ ଓବିସି ସେଲର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ