ଶୋଭାଯାତ୍ରାରେ ଆସି ପଞ୍ଚାୟତ ବାସୀଙ୍କ ଦାୟିତ୍ୱ ଗ୍ରହଣ କଲେ ବିଜୟୀ ସରପଞ୍ଚ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଇତିମଧ୍ୟରେ ପଂଚାୟତ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ବିଜୟୀ ସରପଞ୍ଚ ମାନେ ଏବେ ପାଞ୍ଚ ବର୍ଷ ପାଇଁ ପଞ୍ଚାୟତ ବାସୀଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ଅନିତା ରାଉତ ବିରାଟ ଶୋଭାଯାତ୍ରାରେ ଆସି ପଞ୍ଚାୟତ କାର୍ଯ୍ୟାଳୟରେ ପହଁଚି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମତୀ ରାଉତ ନିଜର ଶହ ଶହ ସମର୍ଥକ ମାନଙ୍କ ସହିତ ପାଟୁଳି, ମୋବାରକପୁର, ଅରେଇକଣା, ଜୋରାଗଡ଼ିଆ, ଲୁଣପଦୀ ପ୍ରମୁଖ ଗାଁ ପରିକ୍ରମା କରିଥିଲେ। ଏହାଛଡା ପଂଚାୟତ ପାର୍ଶ୍ୱ ଜଗନ୍ନାଥ ମନ୍ଦିର ଓ ତାରିଣୀ ପୀଠରେ ପୂଜାର୍ଚ୍ଚନା କରି ସାରିବା ପରେ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ବାସୀଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶ୍ରୀମତୀ ରାଉତଙ୍କୁ ପଞ୍ଚାୟତ ବାସୀ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ପଂଚାୟତ ବିଜେଡି ସଭାପତି ଅଭୟ କୁମାର ବେହେରା, ଯୁବ ସଭାପତି ମନୋଜ ଜେନା, ସରପଞ୍ଚଙ୍କ ପ୍ରତିନିଧି ତଥା ଯୁବନେତା ନିଳାମ୍ବର ରାଉତ, ମନୋଜ କୁମାର ସାହୁ, ମୁକୁନ୍ଦ ସାହୁ, ପ୍ରାକ୍ତନ ସରପଞ୍ଚ ସୁବାଷ ଚନ୍ଦ୍ର ସାମଲ, ପଦନ ମୁଣ୍ଡା, ମିନତୀ ମୁଣ୍ଡା, ସମାଜସେବୀ ବାସନ୍ତୀ ପାଲ, ଯୁବନେତା କମଳାକାନ୍ତ ପରିଡା, ସନ୍ତୋଷ ନାୟକ, ଅଭିମନ୍ୟୁ ଚନ୍ଦ, ମନମୋହନ ଜେନା, ଗୌରାଙ୍ଗ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ୯ଗୋଟି ୱାର୍ଡର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। ଅନୁରୂପ ଭାବେ ନିର୍ଗୁଣ୍ଡି ଠାରେ ନବନିର୍ବାଚିତ ସରପଞ୍ଚ ସତ୍ୟବ୍ରତ ପାଲ ନିଜର ସମର୍ଥକ ମାନଙ୍କ ସହିତ ପଞ୍ଚାୟତ କାର୍ଯ୍ୟାଳୟରେ ପହଂଚି ଦାୟିତ୍ୱ ଗ୍ରହଣ କରିଛନ୍ତି। ସାନ ଶାସନ ପଞ୍ଚାୟତ ଠାରେ ସରପଞ୍ଚ ମଧୁସ୍ମିତା ସାହୁ ଆଜି ଶୋଭାଯାତ୍ରାରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଁଚି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିରେ ସମିତିସଭ୍ୟ ସନ୍ତୋଷ ମହାପାତ୍ର, ବିଜେଡି ନେତା ଗୌରାଙ୍ଗ ଚରଣ ସାହୁ, ମନୋରଞ୍ଜନ ସାହୁ, ରବିନାରାୟଣ ରାଉତ, ଶଶିକାନ୍ତ ଘୋଷ, ରମାକାନ୍ତ ସେନାପତି, ବସନ୍ତ ଜେନା, ଜୟନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ଘୋଷ, ଅନାମ ଚରଣ ସାହୁ, ସନ୍ତୋଷ ନାୟକ, ବିଦ୍ୟାଧର ଜେନା, ଜୟନ୍ତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।


