ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ ତାଲିମ

ଛତ୍ରପୁର, (ଦେବଦତ୍ତ ମହାରଣା) :ସମ୍ଭାବ୍ୟ ବାତ୍ୟା ଓ ସୁନାମି ଭଳି ବିଭିନ୍ନ ବିପର୍ଯ୍ୟୟ ସମୟରେ ପ୍ରାକ୍ ସୂଚନା ପ୍ରଦାନ ସଂକ୍ରାନ୍ତୀୟ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ପ୍ରିୟରଞ୍ଜନ ପୃଷ୍ଟି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ପ୍ରାକ୍ ସୂଚନା ପ୍ରଦାନ ଗୁରୁତ୍ୱ ବହନ କରେ । ପ୍ରାକ୍ ସୂଚନା ପାଇବା ମାତ୍ରେ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରୁ ଲୋକମାନେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇପାରିବେ । ଏହାଦ୍ୱାରା ଧନଜୀବନ ହାନୀରୁ ରକ୍ଷା ପାଇ ପାରିବ । ବିପର୍ଯ୍ୟୟ ପରିଚାଳନାର ଏହା ଏକ ପ୍ରମୁଖ ଅଂଶ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା, ଚିକିଟି ଓ ଖଲ୍ଲିକୋଟ ପ୍ରମୁଖ ୫ଟି ଉପକୂଳ ବ୍ଲକର ଅଧିକାରୀମାନେ ଯୋଗଦେଇଥିଲେ । ଡେପୁଟି କଲେକ୍ଟର ରାଜକିଶୋର ଜେନା, ଓ ଦେବେନ୍ଦ୍ର କୁମାର ସାହୁ, ଆସିଷ୍ଟାଣ୍ଡ କଲେକ୍ଟର ଓମ୍‌ ପ୍ରକାଶ ପରିଡା, ପ୍ରମୋଦ କୁମାର ବେହେରା ଓ ଗୌରବ କୁମାର, ମୁଖ୍ୟ ଜିଲ୍ଲା ଯୋଗଣ ଅଧିକାରୀ ପୁଷା ମୁଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା ,ଗଂଜାମ ଆରଟିଓ ବିକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ସେକ୍ସନ୍ ଅଫିସର ନୃସିଂହଚରଣ ମହାପାତ୍ର, ଓସଡୋମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁପ୍ରସାଦ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ