ପନ୍ଦାଡୋ ଓ କଳିଗାଁ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପନ୍ଦାଡୋ ଓ କଳିଗାଁ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ସରପଞ୍ଚ ଅନିରୁଦ୍ଧ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଯୋଗାଣ ଅଧିକାରୀ ବୁଦ୍ଧଦେବ ଜେନା ଯୋଗଦେଇ ସ୍ମାର୍ଟ ହେଲଥ କାର୍ଡର ବ୍ୟବହାର ଓ ଉପକାରିତା ସମ୍ପର୍କରେ ଲୋକମାନଙ୍କୁ ବୁଝାଇ ରେସନକାର୍ଡ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ବିଜେଡି ସଭାପତି ନକୁଳ ଯେନା, ପିଇଓ ଉର୍ମିଳା ମୁର୍ମୁ, ଜିଆରଏସ ପଙ୍କଜ କୁମାର ତ୍ରିପାଠୀ, ସୁରେନ୍ଦ୍ର ଆଇଚ, କୁଳମଣୀ ରାଉତ, ଅଭିମନ୍ୟୁ ଜେନା, ଗୋବିନ୍ଦ ଜେନାଙ୍କ ସମେତ ଅନେକ ମାନ୍ୟଗଣ୍ୟ ଅତିଥିମାନେ ଯୋଗଦେଇଥିଲେ । ଏହି ସ୍ମାର୍ଟକାର୍ଡ ଗରିବ ଲୋକମାନଙ୍କ ପାଇଁ ସୁରକ୍ଷା କବଚ ସାଜିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପନ୍ଦାଡୋ ପଞ୍ଚାୟତରେ ମୋଟ ୧୧୫୦ଜଣ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ ବୋଲି ପିଇଓ ସୁଚନା ଦେଇଥିଲେ । ସେହିପରି କଳିଗାଁ ପଞ୍ଚାୟତରେ ଅନୁଷ୍ଠିତ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଉତ୍ସବରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ, ନାଏବ ସରପଞ୍ଚ ସୁକାନ୍ତୀ ରାଉତ, ସମିତିସଭ୍ୟ ସାବିତ୍ରୀ ଖଣ୍ଡେଇ, ଏସଏସଜି ସଭାନେତ୍ରୀ ଭାନୁମତୀ ବେହେରା, ପୁର୍ବତନ ସମିତିସଭ୍ୟ ବିମଳ ପାତ୍ର, ଗୌରାଙ୍ଗ ମଲ୍ଲିକ, କାଳନ୍ଦୀ ପଣ୍ଡା, ୱାର୍ଡସଭ୍ୟ ଗଣେଶ୍ୱର ପାତ୍ର, ସଞ୍ଜୁକ୍ତା କାଣ୍ଡି ପ୍ରମୁଖ ଯୋଗଦେଇ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ପିଇଓ ନାରାୟଣ ଜେନା, ଜିଆରଏସ ବଳରାମ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମୋଟ ୧୦୬୮ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ ବୋଲି ପିଇଓ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ