ଗଜପତିରେ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଗୋଟି ଆମ୍ବୁଲାନ୍ସର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂକ୍ରମିତ ଲୋକଙ୍କ ସୁରକ୍ଷା ପାଇଁ ୧୭ଗୋଟି ଅମ୍ଳଜାନ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଛି । ଏଗୁଡିକୁ ପ୍ରଥମେ ସାନିଟାଇଜ୍ କରିବା ପରେ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଶୁଭାରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଏଗୁଡିକ ନିୟୋଯିତ ହେବ । ବର୍ତ୍ତମାନ କୋଭିଡ୍ ହସ୍ପିଟାଲରେ ୩ଟି ଆମ୍ବୁଲାନ୍ସ, ପାରଳାଖେମୁଣ୍ଡି କୋଭିଡ୍ କେୟାର ସେଣ୍ଟରରେ ୨ଟି,ମୋହନାରେ ୨ଟି,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି, ଚନ୍ଦ୍ରଗିରି, ରାୟଗଡ, ଗୁରାଣ୍ଡି, କାଶୀନଗର, ଖଜୁରିପଦା ଆଦି ସ୍ଥାନରେ ଏହି ଆମ୍ବୁଲାନ୍ସ ନିୟୋଜିତ ହେବ ବୋଲି ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଶୁଭାରମ୍ଭ ସମୟରେ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ