ଗଜପତି ଜିଲ୍ଲା କୋର୍ଟ ୫ଦିନ ପାଇଁ ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କୋର୍ଟ କରୋନାକୁ ଦୃଷ୍ଟିରେ ରଖି ୫ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ପାରଳା ପୌରାଞ୍ଚଳରେ ଥିବା ଓମଶାନ୍ତି କୋଲନିରୁ କରୋନା ପଜିଟିଭ୍ ବାହାରିବା ପରେ ସେହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳ ପରିସରରେ ଜିଲ୍ଲା କୋର୍ଟ ଅବସ୍ଥିତ ଥିବାରୁ କୋର୍ଟକୁ ଗତକାଲି ୨୭ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ୫ଦିନ ବନ୍ଦ ରଖିବାକୁ ଜିଲ୍ଲା ଦୌରାଜର୍ଜ ବିଶ୍ୱଜିତ ଦାସ ଘୋଷଣା କରିଛନ୍ତି । ହାଇ କୋର୍ଟ ପକ୍ଷରୁ ମଧ୍ୟ ଜିଲ୍ଲା କୋର୍ଟକୁ ବନ୍ଦ ରଖିବା ପାଇଁ ଏକ ପତ୍ର ଦିଆଯାଇଥିବା ଜଣାପଡିଛି । ସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା କୋର୍ଟକୁ ୫ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।


