ଗଜପତିରେ କଂଗ୍ରେସର ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଗତ କାଲି ଅଖିଳ ଭାରତ କଂଗ୍ରେସ କମିଟି ର ପୂର୍ବତନ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଙ୍କ କାର୍ଯ୍ୟକଳାପ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଭୀତ ହୋଇ ପଡିଥିଲେ। ଶ୍ରୀ ରାହୁଲ ଗାନ୍ଧୀ ଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ମୋଦି ସରକାର ଭୟଭୀତ ହୋଇ ପଡିଛନ୍ତି ଯାହା କି ଭାରତ ଯୋଡ ଯାତ୍ରା,କୁହାଯାଉଛି, ସାଂସଦ ଗୃହରେ ବିଦେଶୀ ସରକାର ଙ୍କ ବିରୋଧରେ ଗର୍ଜିଥିଲେ,ଆଦାନୀ ଏବଂ ମୋଦି କାର୍ଯ୍ୟକ୍ରମ ର ପର୍ଦ୍ଦାଫାଶ ହେଉଥିବା,ପରେ ସାଂସଦ ରେ ମାଇକ ବନ୍ଦ କରିବା, କୋର୍ଟ ରେ ଷ୍ଟେ ଥିବା କେସକୁ ପୁଣି ପୁନରାବୃତ୍ତି କରିବା, ଏବଂ ଏହି କେସରେ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡ ୩୦ଦିନର ବେଲ ମଧ୍ୟ ଦେଲେ ,ଆଉ ମଦି ସରକାର ଦେଶରେ ଆଇନ ଶୃଙ୍ଖଳା ଓ ଗଣତନ୍ତ୍ରକୁ ହତ୍ୟା କରି ଏକ ଛତ୍ର ବାଦ ଶାସନ ଚଳାଇ ଗତ କାଲି ସାଂସଦ ରେ ପଦ ରଦ୍ଦ କରିଥିବାରୁ ଏହାକୁ ବିରୋଧ କରି ଆଜି ଦିନ ୧୦.୩୦ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସଭାଯାତ୍ରା ରେ ବାହାରି କଲେଜ ଛକ ନିକଟରେ ପହଞ୍ଚିଲେ। ସେଠାରେ ବିଜେପି ସରକାର ବିରୁଦ୍ଧରେ ନାରା ବାଜି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୋହନା ବ୍ଲକ ବାଳକୃଷ୍ଣ ମଲିକ, ରମେଶ ବିଶୋଇ,ନିର୍ମଳ ପାଲ,କକ୍ଷ୍ମଣ ବଳିଆର ସିଂହ, ନବୀନ ରଚିତ, ମଫେଲ ସ୍ୱଲସିଂ, ଲକ୍ଷ୍ମଣ ପାଇକ, ଲକ୍ଷ୍ମଣ ଦଳେଇ,ଲମ୍ବଧର ଦଣ୍ଡସେନା, ଶଗ୍ରାମ ସାହୁ, ସୂର୍ଯ୍ୟନାରାୟଣ ପାତ୍ର, ରାଜା ପାତ୍ର, କୁନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ବଳିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା କାର୍ଯ୍ୟ ପରିଚାଳିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ